ଧନଖଡ଼ଙ୍କ ସ୍ଥାନରେ କିଏ ?
BHUBANESWAR: କିଏ ହେବେ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି ! ଜଗଦୀପ ଧନଖଡ଼ଙ୍କ ପରେ କିଏ ହେବେ ପରବର୍ତ୍ତୀ ଉପରାଷ୍ଟ୍ରପତି ! କିଏ ହେବେ, ବିଜେପି ନେତୃତ୍ବାଧୀନ ଏନଡିଏର ପ୍ରାର୍ଥୀ ! ଏନଡିଏ ପ୍ରାର୍ଥୀଙ୍କ ବିରୋଧରେ କାହାକୁ ପ୍ରାର୍ଥୀ କରିବ ଇଣ୍ଡିଆ ମେଣ୍ଟ ! ଧନଖଡ଼ଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ, ସମ୍ବିଧାନର ଧାରା ୬୮ର ଉପଧାରା ୨ ଅନୁଯାୟୀ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି ନିର୍ବାଚନ କମିଶନ । ଖୁବ ଶୀଘ୍ର ଏ ସଂକ୍ରାନ୍ତ ବିସ୍ତୃତ ବିଜ୍ଞପ୍ତି ପ୍ରକାଶ ପାଇବ । ହେଲେ ରେସ୍ରେ କେଉଁମାନେ… କେବେ ହେବ ପ୍ରାର୍ଥୀଙ୍କ ନାଁ ଘୋଷଣା !…
- () ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେଉ ହେଉ, ହଠାତ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଦେଲେ ଜଗଦୀପ ଧନଖଡ଼ । ଏକାଧିକ କାରଣକୁ ନେଇ ଚାଲିଛି ଟୁପୁରୁ ଟାପୁରୁ, ହେଲେ କୌଣସି ନିର୍ଦ୍ଦିଷ୍ଟ ପଏଣ୍ଟକୁ ସ୍ପଷ୍ଟ କାରଣ ବୋଲି କୁହାଯାଉନି । ଧନଖଡ଼ ଯାହା କଲେ ବା ତାଙ୍କ ପ୍ରତି ପର୍ଦ୍ଦା ଆଢୁଆଳରେ ଯାହା ହୋଇଛି, ତାହା ଭାରତ ଇତିହାସରେ ପ୍ରଥମ । ଆଉ ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି, ଚଷାପୁଅ ଧନଖଡ଼ଙ୍କୁ Fairwell ଦିଆଯିବ କି ନାହିଁ, ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟତା ନାହିଁ । କିନ୍ତୁ ଗୋଟିଏ କଥା ସ୍ପଷ୍ଟ- ଖୁବ ଶୀଘ୍ର ଉପରାଷ୍ଟ୍ରପତି ନିର୍ବାଚନ ହେବ ଏବଂ ଶାସକ ଓ ବିରୋଧୀ ତାଙ୍କ ପ୍ରାର୍ଥୀ ଛିଡ଼ା କରାଇବେ ।…
- () କୁହାଯାଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବ୍ରିଟେନ ଗସ୍ତରୁ ଫେରିବା ପରେ ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ । କିଏ ହେବେ ଉପରାଷ୍ଟ୍ରପତି ପ୍ରାର୍ଥୀ, ସେନେଇ ବୈଠକରେ ହେବ ଆଲୋଚନା । ବିଜେପି ସଂସଦୀୟ ବୋର୍ଡ ବୈଠକରେ ଆଲୋଚନା ପରେ ଏନଡିଏରେ ଥିବା ଦଳଗୁଡ଼ିକ ସହ କରାଯିବ ଆଲୋଚନା । ଉପରାଷ୍ଟ୍ରପତି ପ୍ରାର୍ଥୀ ବିଜେପିରୁ ହୋଇପାରନ୍ତି… ସହଯୋଗୀ ଦଳ ମଧ୍ୟରୁ ବି କାହାକୁ ବଛା ଯାଇପାରେ । କେନ୍ଦ୍ରରେ ଏନଡିଏ ସରକାର ପାଇଁ ସମସ୍ୟା ବଢ଼ି ଚାଲିଥିବା ବେଳେ ପ୍ରମୁଖ ସହଯୋଗୀ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏବଂ ନୀତୀଶ କୁମାରଙ୍କ ଜେଡିୟୁକୁ ସୁଯୋଗ ମିଳିବା ସମ୍ଭାବନା ରହୁଛି । ସେପଟେ ମୁଣ୍ଡ ଉପରେ ବିହାର ନିର୍ବାଚନ ଆସି ପହଞ୍ଚି ସାରିଥିବା ବେଳେ ବିହାରୀ କାର୍ଡ ମଧ୍ୟ ଖୋଲା ଯାଇପାରେ ।…
- () ଧନଖଡ଼ଙ୍କ ପରେ କିଏ, ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋରଦାର ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା, ତାଙ୍କ ସହଯୋଗୀ ତଥା ଅନ୍ୟତମ କେନ୍ଦ୍ରମନ୍ତ୍ରୀ ରାମନାଥ ଠାକୁରଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମରଣୋତ୍ତର ଭାରତରତ୍ନ ଉପାଧିପ୍ରାପ୍ତ କର୍ପୁରୀ ଠାକୁରଙ୍କ ପୁଅ ହେଉଛନ୍ତି ରାମନାଥ ଠାକୁର । ଜେଡିୟୁ ଟିକେଟରେ ୨୦୦୫ରେ ବିହାର କ୍ୟାବିନେଟରେ ଏଣ୍ଟ୍ରି କରିଥିବା ରାମନାଥ ଠାକୁର ଏବେ ରାଜ୍ୟସଭା ସଦସ୍ୟ ଅଛନ୍ତି । କେନ୍ଦ୍ରର ମୋଦି ସରକାରରେ କୃଷି ରାଷ୍ଟ୍ରମନ୍ତ୍ରୀ ଅଛନ୍ତି ସେ । ରାମନାଥ ଠାକୁର ହିଁ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରର ବିଜେପି ନେତୃତ୍ବାଧୀନ ସରକାର, ଭାରତରତ୍ନ କାର୍ଡ ଖେଳିଲା ଭଳି, ବିହାର ବିଧାନସଭା ନିର୍ବାଚନକୁ ଆଖିରେ ରଖି, ଜେଡିୟୁ ନେତା ରାମନାଥ ଠାକୁରଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରାଯିବାର ସମ୍ଭାବନାକୁ ଏଡ଼ାଇ ଦେଇହେଉନି ।…
- () ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଇସ୍ତଫା ଦେବାର ୨ ଦିନ ପରେ Electoral College କଲେଜ ଗଠନର ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ସମ୍ବିଧାନର ଧାରା ୬୬ର ଉପଧାରା ୧ ଅନୁଯାୟୀ System of Proportional Representation ପଦ୍ଧତିରେ ହେବ ଉପରାଷ୍ଟ୍ରପତି ନିର୍ବାଚନ । ଗୁପ୍ତ ବାଲଟରେ ହେବ ଭୋଟିଂ । ଜଣେ ସାଂସଦ ଗୋଟେ ଭୋଟ ଦେବେ । ଯାହା Transfer ହୋଇପାରିବ, ଅର୍ଥାତ ସଂପୃକ୍ତ ସାଂସଦ ତାଙ୍କ ପ୍ରଥମ ପସନ୍ଦ ସହ ଦ୍ବିତୀୟ Preference ରଖିବେ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜ୍ୟସଭା ମହାସଚିବ ପି. ସି. ମୋଡିଙ୍କୁ Returning Officer ନିଯୁକ୍ତ କରିଛନ୍ତି ନିର୍ବାଚନ କମିଶନ । ଲୋକସଭା ମହାସଚିବ ଏବଂ ରାଜ୍ୟସଭା ମହାସଚିବ, ନିଜ ଭିତରେ ଆଲୋଚନା କରି ଅଦଳ ବଦଳ କରି ରିଟର୍ଣ୍ଣିଂ ଅଫିସର ରହିବେ । ରାଜ୍ୟସଭା ସଚିବାଳୟର ଯୁଗ୍ମ ସଚିବ ଗାରିମା ଜୈନ ଏବଂ ନିର୍ଦ୍ଦେଶକ ବିଜୟ କୁମାରଙ୍କୁ Assistant Returning Officer ନିଯୁକ୍ତ କରାଯାଇଛି । ଉପରାଷ୍ଟ୍ରପତି ନିର୍ବାଚନରେ ଲଢୁଥିବା ପ୍ରାର୍ଥୀଙ୍କ ପାଇଁ ୨୦ ଜଣ ପ୍ରସ୍ତାବକ ଓ 20 ଜଣ ସମର୍ଥକ ରହିବେ । ପ୍ରତି ପ୍ରାର୍ଥୀଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ସିକ୍ୟୁରିଟି ଡିପୋଜିଟ୍ ଦେବାକୁ ପଡ଼ିବ ।…
- () ଲୋକସଭା ଓ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କୁ ନେଇ ଗଠନ ହେବ Electoral College । ଯେଉଁଥିରେ ନିର୍ବାଚିତ ଓ ମନୋନୀତ ସମସ୍ତ ସାଂସଦ ରହିବେ । ବର୍ତ୍ତମାନ ୫୪୩ ସ୍ଥାନରେ ଲୋକସଭାରେ ଅଛନ୍ତି ୫୪୨ ଜଣ । ଖାଲି ପଡ଼ିଛି ପଶ୍ଚିମବଙ୍ଗ ବସିରହାଟ ଲୋକସଭା କ୍ଷେତ୍ରର ସାଂସଦ ପଦ । ସେହିଭଳି ୨୪୫ ଜାଗାରେ ରାଜ୍ୟସଭାରେ ଅଛନ୍ତି ୨୪୦ ଜଣ ସଦସ୍ୟ । ଜାମ୍ମୁ-କାଶ୍ମୀରର ୪ଟି ଏବଂ ପଞ୍ଜାବର ଗୋଟେ ପଦ ଖାଲି ରହିଛି । ଏମିତିରେ ଦେଖିବାକୁ ଗଲେ ଉଭୟ ଗୃହର ସଦସ୍ୟ ସଂଖ୍ୟା ୭୮୨ ହେଉଥିବା ବେଳେ ମ୍ୟାଜିକ ନମ୍ବର ୩୯୨ । ଅର୍ଥାତ ଉପରାଷ୍ଟ୍ରପତି ନିର୍ବାଚନରେ ଯେଉଁ ପ୍ରାର୍ଥୀଙ୍କୁ ୩୯୨ ଖଣ୍ଡ ଭୋଟ ମିଳିବ, ସେ ହିଁ ହେବେ, ଦେଶର ଦ୍ବିତୀୟ ସାମ୍ବିଧାନିକ ମୁଖ୍ୟ ବ୍ୟକ୍ତିତ୍ବ ।…
- () ଲୋକସଭାରେ ବିଜେପି ନେତୃତ୍ବାଧୀନ ଏନଡିଏର ୨୯୩ ଜଣ ସାଂସଦ ଥିବା ବେଳେ ରାଜ୍ୟସଭାରେ ଅଛନ୍ତି ୧୨୯ ଜଣ । ଏମିତିରେ ଦେଖିବାକୁ ଗଲେ, Electoral Collegeରେ ଏନଡିଏର ସାଂସଦ ସଂଖ୍ୟା ୪୨୨ ହେଉଛି । ଯାହାକି Magic Number ୩୯୨କୁ ଅକ୍ଳେଶରେ ପାର୍ କରିଯିବ । ସେପଟେ ଲୋକସଭାରେ କଂଗ୍ରେସର ୯୯ ଜଣ ସାଂସଦ ଥିବା ବେଳେ ରାଜ୍ୟସଭାରେ ଅଛନ୍ତି ୨୭ ଜଣ । କିନ୍ତୁ ଉଭୟ ଗୃହରେ ଇଣ୍ଡିଆ ମେଣ୍ଟର ଅଛନ୍ତି ୩୫୦ ସାଂସଦ । ଯାହା ମ୍ୟାଜିକ ନମ୍ବରଠାରୁ ଢେର ପଛରେ । ପୁଣି ନିକଟରେ ଇଣ୍ଡିଆ ମେଣ୍ଟରୁ ଓହରି ଯାଇଛି ଆମ ଆଦମୀ ପାର୍ଟି । ଉପରାଷ୍ଟ୍ରପତି ନିର୍ବାଚନରେ କେଜ୍ରିୱାଲଙ୍କ ଆପ୍, କେଉଁ ଆଭିମୁଖ୍ୟ ଗ୍ରହଣ କରିବ… କାହାକୁ ସମର୍ଥନ କରିବ, ତାହା ଏବେଠୁ କହି ହେଉନି । ଏଭଳି ସ୍ଥିତିରେ ଯଦି ଏନଡିଏର କିଛି ସାଂସଦ ଭୋଟିଂରୁ ବିରତ ରହନ୍ତି କିମ୍ବା Switch Over କରନ୍ତି, ତେବେ ହୁଏତ, ଭିନ୍ନ ଏକ ପରିସ୍ଥିତି ଦେଖିବାକୁ ମିଳିପାରେ । କିନ୍ତୁ ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ, ଏଭଳି ଆକଳନ ସମ୍ପୂର୍ଣ୍ଣ Hypothetical ଲାଗୁଛି ।…
- () ଧନଖଡ଼ଙ୍କ ଇସ୍ତଫା, ଇଣ୍ଡିଆ ମେଣ୍ଟ ପାଇଁ, ଶାସକ ବିଜେପି ନେତୃତ୍ବାଧୀନ ଏନଡିଏ ବିରୋଧରେ ‘ଗୁଜରାଟୀ ଢୋକ୍ଲା’ ସଦୃଶ ହୋଇଛି । କେଉଁ କାରଣରୁ ଧନଖଡ଼ଙ୍କୁ ଇସ୍ତଫା ଦେବାକୁ ପଡ଼ିଲା, ତାହା ନିର୍ଦ୍ଦିଷ୍ଟ ଭାବେ ସ୍ପଷ୍ଟ ହେଉ ନଥିବା ବେଳେ ବିରୋଧୀଙ୍କ ପାଇଁ ତାହା ଏକ ପ୍ରମୁଖ Scoring Point ହୋଇପାରେ । ଶୁଣିବାକୁ ମିଳୁଛି, ୨୦୨୨ର ଭୁଲ ରିପିଟ୍ କରିବା ମୁଡ୍ରେ ନାହାଁନ୍ତି ବିରୋଧୀ । ୨୦୨୨ ଉପରାଷ୍ଟ୍ରପତି ନିର୍ବାଚନରେ ଧନଖଡ଼ଙ୍କ ବିରୋଧରେ କଂଗ୍ରେସ ନେତା ମାର୍ଗାରେଟ୍ ଆଲ୍ଭା ହୋଇଥିଲେ ପ୍ରାର୍ଥୀ । ୧୭ଟି ରାଜନୈତିକ ଦଳର ବୈଠକରେ ମାର୍ଗାରେଟ୍ ଆଲ୍ଭାଙ୍କ ପ୍ରାର୍ଥିତ୍ବରେ ମୋହର ଲାଗିଥିଲା । କିନ୍ତୁ ସମର୍ଥନ ଦେଲାନି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ । ପଶ୍ଚିମବଙ୍ଗ ରାଜ୍ୟପାଳ ଥିବା ବେଳେ ଜଗଦୀପ ଧନଖଡ଼ଙ୍କ ବିରୋଧରେ ସବୁବେଳେ ବିଷୋଦଗାର କରି ଚାଲିଥିବା ଟିଏମସି ସାଂସଦମାନେ, ଉପରାଷ୍ଟ୍ରପତି ନିର୍ବାଚନର ଭୋଟିଂରେ ଭାଗ ନେଇ ନଥିଲେ । ଏଥର କିନ୍ତୁ ସେହି Mistake Repeat କରିବା ମୁଡ୍ରେ ନାହାନ୍ତି ବିରୋଧୀ । କଂଗ୍ରେସ ବି ଚାହୁଁନି, କଂଗ୍ରେସରୁ କେହି ପ୍ରାର୍ଥୀ ହୁଅନ୍ତୁ । ବରଂ ସହମତି ଆଧାରରେ ପ୍ରାର୍ଥୀ ଛିଡ଼ା କରାଇବା ଚାହୁଁଛି କଂଗ୍ରେସ । ଟିଏମସି ବି କହି ସାରିଲାଣି ଇଣ୍ଡିଆ ମେଣ୍ଟ ପକ୍ଷରୁ ଯାହାକୁ ପ୍ରାର୍ଥୀ କରାଯିବ, ତାକୁ ସମର୍ଥନ ଦେବ । ଗତ ଥରର ଭୁଲକୁ ଏଥର ପୁନରାବୃତ୍ତି କରିବା ମୁଡ୍ରେ ନାହିଁ ଦିଦିଙ୍କ ତୃଣମୂଳ କଂଗ୍ରେସ ।…











