କିଏ ସେହି ଅମୁକ ଡ୍ୟାସ୍ ? (ଭାଗ-୪)

ଭୁବନେଶ୍ବର: ଜାଲିଆତି ପରେ ଜାଲିଆତି, ପୁଣି ଭୟଙ୍କର ଜାଲିଆତି । ପୁଣି ଗୁରୁତର ଗର୍ହିତ ଅପରାଧର ପୁନରାବୃତ୍ତି । ପୁଣି ସାମ୍ବାଧିକ ଅମୁକ ଡ୍ୟାସଙ୍କ ପୂର୍ବ ସଂସ୍ଥା ନାଁରେ ଏବଂ ପୂର୍ବ ସଂସ୍ଥା ମୁଖ୍ୟଙ୍କ ଦସ୍ତଖତ ଜାଲିଆତି । ଏଠି ଅମୁକ ଡ୍ୟାସ୍ ସାମ୍ବାଧିକଙ୍କ ବର୍ତ୍ତମାନର Immediate Boss ହିଁ ଜାଲିଆଙ୍କ ସର୍ଦ୍ଦାର ।

ଚାଟୁକାରିତାର Yardstickରେ ନିଜର ଦକ୍ଷତା ଓ କ୍ଷମତାକୁ ମାପୁଥିବା ଜନୈକ, ଅମୁକ ଡ୍ୟାସଙ୍କ Immediate Boss, ଅମୁକ ଡ୍ୟାସଙ୍କ ପୂର୍ବ ସଂସ୍ଥା ଓ ପୂର୍ବ ସଂସ୍ଥାର ମୁଖ୍ୟଙ୍କ ଦସ୍ତଖତକୁ ନେଇ ଆଉ ଏକ ବଡ଼ ଭୟଙ୍କର ଜାଲିଆତି କରିଛନ୍ତି ।
ନୀରିହ ନଣ୍ଡା ନାମକ ଜଣେ ବିଶ୍ବସ୍ତ ଚାଟୁକାରଙ୍କ ଭକ୍ତିରେ ପ୍ରସନ୍ନ ହୋଇ ଏବଂ ତାଙ୍କ ପାଇଁ ଜାଲିଆତି କରି, ତାଙ୍କୁ ବହୁତ ବଡ଼ ବର ପ୍ରଦାନ କରିଛନ୍ତି । ସାମ୍ବାଧିକ ଅମୁକ ଡ୍ୟାସଙ୍କ ପୂର୍ବ ସଂସ୍ଥା ନାଁରେ, ଏକ Offer Letter ଜାଲିଆତିରେ ବାହାର କରାଇ, ସେଥିରେ ପୁଣି ଅମୁକ ଡ୍ୟାସଙ୍କ ପୂର୍ବ ସଂସ୍ଥା ମୁଖ୍ୟଙ୍କ ଦସ୍ତଖତକୁ, ପୁଣି ଜାଲିଆତି କରି, ବର୍ତ୍ତମାନ ଥିବା ସଂସ୍ଥାରେ, ଇସ୍ତଫା ନାଟକର ଅଭିନୟ କରାଇ, ଅଦିନରେ/ଅବେଳରେ ମାସିକ ୨୨ ହଜାର, Salary Hike କରାଇ ପାରିଛନ୍ତି ।…
ତେଣୁ, ସରଳରେ କହିବାକୁ ଗଲେ, ଏ ତ, ଛୋଟକାଟିଆ ଜାଲିଆତି ନୁହେଁ ! ଏ ତ କର୍ପୋରେଟ୍ ନିଯୁକ୍ତିର ଭୟଙ୍କର ଉଲ୍ଲଂଘନ । …ଆଇନ କାନୁନ ଏବଂ HR Policyର ପୂରା ଧଜିଆ ଉଡ଼ାଇ ଦିଆଯାଇଛି । ନୀରିହ ନଣ୍ଡା, ତାଙ୍କ ବର୍ତ୍ତମାନର ସଂସ୍ଥାକୁ ଅତି ଭୟଙ୍କର ଭାବେ ବ୍ଲାକମେଲ୍ କରିଛନ୍ତି । ଏଥି ପାଇଁ କେବଳ ଅମୁକ ଡ୍ୟାସଙ୍କ ଇମିଡିଏଟ୍ ବସ୍ ତଥା ଜାଲିଆଙ୍କ ସର୍ଦ୍ଦାର ହିଁ ଦାୟୀ । (କ୍ରମଶଃ…

Leave a Reply

Your email address will not be published. Required fields are marked *