କିଏ, ସେହି ଅମୁକ ଡ୍ୟାସ୍” ? (ଭାଗ-୨)
Bhubaneswar: କିଏ ସେହି ଅମୁକ ଡ୍ୟାସ୍ ! ପ୍ରଥମର ଏହି ଛଣବନ୍ଧା ଖବର, ନିଶ୍ଚିତ ରୂପେ ମୂର୍ତ୍ତିର ରୂପ ନେବ । ଏହାର ଏକ ମାଟିଆ, ଦୋ-ମାଟିଆ ବି ହେବ । ଧଳା ରଙ୍ଗ ପରେ ରଙ୍ଗ ଦିଆଯିବ ଏବଂ ପରିଶେଷରେ ଚକ୍ଷୁଦାନ ମଧ୍ୟ ନିଶ୍ଚିତ କରାଯିବ ।
ଏବେ ଆସନ୍ତୁ ଜାଣିବା କେମିତି ଜାଲରେ ପଡ଼ିଛନ୍ତି ଅମୁକ ଡ୍ୟାସ୍ । ଗୋଟେ ସଂସ୍ଥା ଛାଡ଼ି ଅନ୍ୟ ଏକ ସଂସ୍ଥାକୁ ଯିବାର ସ୍ବାଧୀନତା ବା ଅଧିକାର ସମସ୍ତଙ୍କର ଅଛି । ଯୋଗ୍ୟତା, ଦକ୍ଷତା ଏବଂ କ୍ଷମତା ଆଧାରରେ ଅଧିକ ଦରମାରେ ଯିବା କିମ୍ବା ଉପର ପଦକୁ ଯିବାର ଆଇନଗତ ଅଧିକାର ଏବଂ ସ୍ବାଧୀନତା ସମସ୍ତଙ୍କର ଅଛି । କିନ୍ତୁ ଥିବା ସଂସ୍ଥା ବାବଦରେ, ବିରୋଧରେ କିମ୍ବା ଅଗୋଚରରେ ମିଥ୍ୟା ତଥ୍ୟ ଉପସ୍ଥାପନ କରି କିମ୍ବା ନିଜ ଦକ୍ଷତା, କ୍ଷମତା ଓ ଯୋଗ୍ୟତା ବାବଦରେ ମିଥ୍ୟା ତଥ୍ୟ ଦର୍ଶାଇ କମ୍ବା ନିଜ ପଦ ଓ ଦରମା ବାବଦରେ ମିଥ୍ୟା ସୂଚନା ଦେଇ, ଅନ୍ୟ ଏକ ସଂସ୍ଥାର ଆଇନ କାନୁନ, ସର୍ବୋପରି ଦେଶର କର୍ପୋରେଟ୍ ନିଯୁକ୍ତି ସଂକ୍ରାନ୍ତ ଆଇନର ଉଲ୍ଲଂଘନ କରିବା କେତେ ଦୂର ଆଇନ ସଙ୍ଗତ, କେତେଦୂର ଯୁକ୍ତିଯୁକ୍ତ ! କେତେଦୂର ଗ୍ରହଣୀୟ ! ଏହାର କେତେ ଦିନ ଯାଏ ସ୍ଥାୟୀତ୍ବ ରହିବ ! କେତେ ଦିନ ଯାଏ ବାଘଛାଲ ପିନ୍ଧି ଗଧିଆଟି ବାଘ ହୋଇ ରହିବ ! କେତେ ଦିନ ଯାଏ ନୀଳବର୍ଣ୍ଣ ଶୃଗାଳ, ନିଜର ପରିଚୟକୁ ଲୁକ୍କାୟିତ ରଖି ଅଭିନୟ କରିବ ! କାରଣ, ସତ, ଦିନେ ନା ଦିନେ ପଦାକୁ ଆସିବା ଚିରନ୍ତନ ଏବଂ ସତ୍ୟ ମଧ୍ୟ ।…
ନୂଆ ସଂସ୍ଥାରେ ଯୋଗ ଦେବା ପୂର୍ବରୁ, ସାକ୍ଷାତକାର ସାମ୍ନା କରିବା ପୂର୍ବରୁ ଅମୁକ ଡ୍ୟାସ୍, ତାଙ୍କ ସିଭି ସହ ଏକ ସପୋର୍ଟ ଲେଟର୍ ଦେଇଛନ୍ତି । ଯେଉଁଥିରେ ସ୍ପଷ୍ଟ ଭାବେ, ତାଙ୍କ ସେତେବେଳର ସଂସ୍ଥା ବା ବର୍ତ୍ତମାନର ପୂର୍ବ ସଂସ୍ଥାର ମୁଖ୍ୟଙ୍କ ଦସ୍ତଖତକୁ ଜାଲିଆତି କରି ଏକ Letter ବା ପତ୍ର ରହିଛି । ଯେଉଁଥିରେ ଅମୁକ ଡ୍ୟାସଙ୍କୁ ବହୁତ ଟେକାଟେକି କରି ଲେଖାଯାଇଛି । ଅମୁକ ଡ୍ୟାସଙ୍କ ସେତେବେଳର ସଂସ୍ଥାରେ ସେ ଥିବା ପ୍ରକୃତ ପଦ ବଦଳରେ ବହୁତ ବଡ଼ ପଦ ଦର୍ଶାଯାଇଛି । ପୁଣି ଯେଉଁ ପଦ ଦର୍ଶା ଯାଇଛି, ସେମିତି ପଦ ସେହି ସଂସ୍ଥାରେ ଏଯାଏଁ ସୃଷ୍ଟି କରାଯାଇ ନାହିଁ । ପୁଣି ସେହି ପତ୍ରରେ ସଂପୃକ୍ତ ସାମ୍ବାଦିକଙ୍କୁ ସେତେବେଳେ ମିଳୁଥିବା ପ୍ରକୃତ ଦରମାର ଦୁଇ ଗୁଣରୁ ଅଧିକ ଦର୍ଶାଯାଇଛି । ଖାଲି ସେତିକି ନୁହେଁ, ଆଗକୁ ଆହୁରି ଭଲ ମାତ୍ରାରେ ବଢ଼ିବ ବୋଲି ଉଲ୍ଲେଖ ରହିଛି ।
Scrutiny ସଂସ୍ଥା ଥାର୍ଡ ପାର୍ଟିର ସନ୍ଦେହ No-2 ହେଉଛି, କାହିଁକି ସଂସ୍ଥା ଛାଡ଼ିକି ଯାଉଥିବା ଜଣେ କର୍ମଚାରୀଙ୍କ ପାଇଁ, ଏମିତି ସପୋର୍ଟ ଲେଟର ଲେଖିଛନ୍ତି, ସଂପୃକ୍ତ ସଂସ୍ଥାର ମୁଖ୍ୟ ! ଏମିତି ତ କେବେ, କାହା କ୍ଷେତ୍ରରେ ଦେଖିବାକୁ ମିଳିନି !
ଏହି ସନ୍ଦେହ ହେବା ପରେ Third Party Scrutiny ସଂସ୍ଥା, ପ୍ରଥମେ ଅମୁକ ଡ୍ୟାସଙ୍କ ବର୍ତ୍ତମାନର ମାନବ ସମ୍ବଳ ବିଭାଗକୁ ଜଣାଇଛି । ତା ପରେ, ଅମୁକ ଡ୍ୟାସଙ୍କ ପୂର୍ବ ସଂସ୍ଥାକୁ ଜଣାଇଛି । ଅମୁକ ଡ୍ୟାସଙ୍କ ପୂର୍ବ ସଂସ୍ଥା, ଏହା ଶୁଣି ଅବାକ ହେବା ପରେ ଆଇନଗତ ପଦକ୍ଷେପ ନେବା ଆରମ୍ଭ କରିଛି ।
କୌଣସି ସଂସ୍ଥାରେ, କୌଣସି ବି କର୍ମଚାରୀ କେବେ ପ୍ରଥମ ହୋଇ ନଥାନ୍ତି, ସଂସ୍ଥା ହିଁ ସବୁବେଳେ ପ୍ରଥମ ହୋଇଥାଏ । କିନ୍ତୁ ଅମୁକ ଡ୍ୟାସ୍, ତାଙ୍କ ପୂର୍ବ ମୁଖ୍ୟଙ୍କ ଦସ୍ତଖତ ଜାଲିଆତି କରି ଦେଇଛନ୍ତି, ଯାହା ଆଇନ ଅନୁସାରେ ଏକ ଗର୍ହିତ ଅପରାଧ । ୨୦୨୩ର ସଂଶୋଧିତ Official Secrets Act ଅନ୍ତର୍ଗତ Signature and Inpersonation ଆଇନର ଧାରା ୬ ଅଧୀନରେ ଆସୁଛି । (କ୍ରମଶଃ…