କିଏ ସେହି ଅମୁକ #ଡ୍ୟାସ୍ ?
Bhubaneswar: ପ୍ରାୟ ସବୁ ପ୍ରକାର ସାକ୍ଷାତକାରରେ ପ୍ରଥମ ପ୍ରଶ୍ନ ଥାଏ- Please introduce yourself, ଅର୍ଥାତ ନିଜ ବାବଦରେ କିଛି କୁହ ବା ନିଜକୁ ନିଜେ ଉପସ୍ଥାପନ କର । ସେହି ପ୍ରଶ୍ନରେ ଆଶାୟୀ ପ୍ରାର୍ଥୀ ନିଜର ନାମ, ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା, ଅନୁଭୂତି ଆଦି କହିଥାନ୍ତି । ଯଦି ପ୍ରାର୍ଥୀ ଜଣକ କୌଣସି ସଂସ୍ଥାରେ ଚାକିରି କରିଛନ୍ତି, ତେବେ ତାଙ୍କୁ ତାଙ୍କର ସେଠାକାର ସଂସ୍ଥାରେ ମିଳିଥିବା ପଦ, ପଦର ସ୍ଥିତି, ଦାୟିତ୍ବ ଏବଂ ଦକ୍ଷତା ବାବଦରେ ମଧ୍ୟ କହିବାକୁ ପଡ଼ିଥାଏ । କହିବାକୁ ଗଲେ Please introduce yourself ପ୍ରଶ୍ନର ଉତ୍ତରରେ ପ୍ରାର୍ଥୀ ଜଣକ ନିଜକୁ Sell କରିବାକୁ ସମସ୍ତ ପ୍ରକାର ଚେଷ୍ଟା କରିଥାନ୍ତି ।
କିନ୍ତୁ ସିଭିରେ ଯଦି ସେ ଭୁଲ ତଥ୍ୟ ଦେଇଥାନ୍ତି !
ତାଙ୍କର ସେତେବେଳର ସଂସ୍ଥାରେ ସେ ଥିବା ପଦ ଓ ପଦର ସ୍ଥିତିକୁ ଯଦି ଜାଲିଆତି କରି ଅତିରଞ୍ଜିତ କରିଥାନ୍ତି ! ତେବେ କଣ ହୋଇପାରେ ଏହାର ପରବର୍ତ୍ତୀ ପରିଣତି !
ଏମିତି ଏକ ପରିଣତି ଖୁବ ଶୀଘ୍ର ଓଡ଼ିଶା ଗଣମାଧ୍ୟମ ଜଗତରେ ବିସ୍ଫୋରଣ ହେବାକୁ ଯାଉଛି । ନିଜକୁ ନିଜର ଦକ୍ଷତା ଓ କ୍ଷମତାଠାରୁ ଅଧିକ evaluate କରି ବା ନିଜକୁ ଅତି ବଡ଼ ଦର୍ଶାଇ ଜଣେ ସାମ୍ବାଦିକ, ଏକ ବହୁତ ବଡ଼ କର୍ପୋରେଟ୍ ମିଡିଆ ସଂସ୍ଥାରେ ପଶି ଯାଇଛନ୍ତି ।
ସିଭିରେ ଡାହା ମିଛ ତଥ୍ୟ ଦେଇ ସଂପୃକ୍ତ ସାମ୍ବାଦିକ ଜଣକ ନିଜର ପ୍ରକୃତ ଦକ୍ଷତା, ଯୋଗ୍ୟତା ଏବଂ ଅଭିଜ୍ଞତାଠାରୁ ବହୁତ ବଡ଼ ପଦକୁ ଜମ୍ପ କରିବାରେ ସକ୍ଷମ ହୋଇଛନ୍ତି । ହେଲେ ବାଘ ଛାଲ ପିନ୍ଧି ଗଧିଆ, କେତେ ଦିନ ବାଘ ହୋଇ ରହିବ ! ନୀଳବର୍ଣ୍ଣ ଶୃଗାଳ କେତେ ଦିନ ଯାଏ, ନିଜର ପରିଚୟ ଲୁଚାଇ ରଖିପାରିବ !
ଏବେ ସଂପୃକ୍ତ ସାମ୍ବାଦିକ Exposed.
ତାଙ୍କ ବିରୋଧରେ ଆଇନ ଅନୁଯାୟୀ ଅପରାଧିକ ପଦକ୍ଷେପ ଆରମ୍ଭ ହୋଇଯାଇଛି, ଆଉ ଖୁବ ଶୀଘ୍ର ତାଙ୍କୁ କର୍ପୋରେଟ୍ ନିଯୁକ୍ତି ସଂକ୍ରାନ୍ତ (HR policy) ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗରେ ଝଟକା ଲାଗିବାକୁ ଯାଉଛି ।
ସଂପୃକ୍ତ ସାମ୍ବାଦିକ ଜଣକ ତାଙ୍କ ପୂର୍ବ ସଂସ୍ଥାର ମୁଖ୍ୟଙ୍କ ଦସ୍ତଖତ ଜାଲିଆତି କରି ତାଙ୍କ ସିଭିରେ, ତାଙ୍କର ସେତେବେଳର ସଂସ୍ଥାରେ ଥିବା ପଦ, ଦାୟିତ୍ବ ଏବଂ ଦରମାକୁ ବହୁତ ବଡ଼ ଆକାରରେ ଦର୍ଶାଇଛନ୍ତି । ଅର୍ଥାତ ବର୍ତ୍ତମାନ ସେ ଯୋଗ ଦେଇଥିବା କର୍ପୋରେଟ୍ ମିଡିଆ ସଂସ୍ଥାକୁ ବହୁତ ବଢ଼ିଆ ବାଗରେ ଠକି ଦେଇଛନ୍ତି ।
ସଂପୃକ୍ତ ସାମ୍ବାଦିକଙ୍କୁ ଏହି ଜାଲିଆତିରେ ସହଯୋଗ କରିଛନ୍ତି- ତାଙ୍କର ଦୁଇ ପୂର୍ବତନ ସହଯୋଗୀ, ଅର୍ଥାତ ତାଙ୍କ ପୂର୍ବ ସଂସ୍ଥାର ତଥାକଥିତ ଦୁଇ ପୂର୍ବତନ ସାମ୍ବାଦିକ ।
ବଡ଼ ବଡ଼ କର୍ପୋରେଟ୍ ସଂସ୍ଥାର ନିଯୁକ୍ତିକୁ Scrutiny କରୁଥିବା ଏକ Third Party ସଂସ୍ଥା, ଏହି ଉଲ୍ଲଂଘନକୁ ଧରିଛି । ସଂପୃକ୍ତ Third Party Scrutiny ସଂସ୍ଥା, ଏହି ଆଇନ ଉଲ୍ଲଂଘନ ସଂକ୍ରାନ୍ତ ଖବରକୁ, ସଂପୃକ୍ତ ସାମ୍ବାଦିକଙ୍କ ପୂର୍ବ ଓ ବର୍ତ୍ତମାନର ସଂସ୍ଥାକୁ ଅବଗତ କରାଇ ସାରିଛି । ସଂପୃକ୍ତ ସାମ୍ବାଦିକଙ୍କ ପୂର୍ବ ସଂସ୍ଥା ମଧ୍ୟ ଏ ବାବଦରେ ତାଙ୍କର ବର୍ତ୍ତମାନର ସଂସ୍ଥାକୁ Officially ଲିଖିତ ଭାବେ ଅବଗତ କରାଇ ସାରିଛି । ଯାହା ଉପରେ ସଂପୃକ୍ତ ସାମ୍ବାଦିକଙ୍କ ବର୍ତ୍ତମାନର ସଂସ୍ଥା, ତାଙ୍କ ବିରୋଧରେ Internal inquiry ଆରମ୍ଭ କରି ଦେଇଛି । ସେପଟେ ସଂପୃକ୍ତ ସାମ୍ବାଦିକଙ୍କ ପୂର୍ବ ସଂସ୍ଥା, ଏନେଇ ପୋଲିସରେ ଅଭିଯୋଗ କରି ସାରିଛି ।
ସଂପୃକ୍ତ ସାମ୍ବାଦିକ ଜଣକ, ବର୍ତ୍ତମାନ ଥିବା ସଂସ୍ଥାରେ Join କରିବାକୁ ବେଶ ବଢ଼ିଆ ବାଗରେ, ବଢ଼ିଆ ଚାଲ୍ କରିଥିଲେ ।
“କୁଆଡ଼େ ଗଲେ ଅମୁକ ଡ୍ୟାସ୍” ଶୀର୍ଷକ ଖବର ରାନ୍ଧି ନିଜକୁ High priceରେ sell କରାଇବାକୁ ଚେଷ୍ଟା କରିଥିଲେ । ତାହା ପୁଣି ସେ, ବର୍ତ୍ତମାନ ଥିବା ସଂସ୍ଥାର ୱେବସାଇଟରେ । ଏହି Cooked false self promotional news ପଛରେ ସଂପୃକ୍ତ ସାମ୍ବାଦିକଙ୍କୁ ତାଙ୍କ ପୂର୍ବ ସଂସ୍ଥାର ଦୁଇ ତଥାକଥିତ ସାମ୍ବାଦିକ ବା ତାଙ୍କର Boss ମଧ୍ୟ ପୂର୍ଣ୍ଣ ସହଯୋଗ କରିଛନ୍ତି । ଯାହା ଏବେ ଖୁବ ଶୀଘ୍ର ବିସ୍ଫୋରଣ ହେବାକୁ ଯାଉଛି । ଓଡ଼ିଶା ଗଣମାଧ୍ୟମରେ ଏବେ ଟୁପୁରୁ ଟାପୁରୁ କେବେ ଆସିବ “କିଏ ସେହି ଅମୁକ ଡ୍ୟାସ୍” ଶୀର୍ଷକ ଖବର !!!