ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ, ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗିହେବ ନବାନ୍ନ

ସମ୍ବଲପୁର, (ଓଡିଶା ଟାଇମ୍) :ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ। ଏହି ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗିହେବ ନବାନ୍ନ ଭୋଗ। ନୂଆଁଖାଇ ପାଇଁ ପଶ୍ଚିମ ଓଡିଶାର ପୁର ପଲ୍ଲୀରେ ଆନନ୍ଦ ଓ ଉତ୍ସାହର ମାହୋଲ । ନୂଆଁଖାଇକୁ ନବାନ୍ନ ଭାବେ ମଧ୍ୟ ଜଣାଯାଏ । ଏହି ପର୍ବ ପାଞ୍ଜି ଅନୁସାରେ ଭାଦ୍ରକ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ(ଗଶେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ ।

ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କଠାରେ ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭାରେ ଧାର୍ଯ୍ୟ ବିଶୁଦ୍ଧ ତୁଳା ଲଗ୍ନରେ ପୂର୍ବାହ୍ନ ୯ଟା ୩୫ରୁ ୯ଟା ୫୦ ମିନିଟ ମଧ୍ୟରେ ନବାନ୍ନ ଲାଗି ହେବ। ପୀଠ ପରିସରରେ ଥିବା ୧୧୫ ପାର୍ଶ୍ବ ଦେବଦେବୀଙ୍କୁ ପୂଜକମାନେ ନବାନ୍ନ ଲାଗି କରିବେ। ଏହାପରେ ଲୋକେ ନିଜ ନିଜ ଘରେ ନୂଆ ଖାଇବେ। ପ୍ରତିବର୍ଷ ନୂଆଁ ଲାଗି ହେବା ପରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସମ୍ବଲପୁର ତଥା ଆଖପାଖ ଅଞ୍ଚଳରୁ ଆସି ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିଥାନ୍ତି। ଚଳିତବର୍ଷ କରୋନା କଟକଣା ଯୋଗୁଁ ମନ୍ଦିର ବନ୍ଦ ରହିଥିବାରୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମାଁ ସମଲେଶ୍ୱରୀଙ୍କ ଅନ୍‌ଲାଇନ ଦର୍ଶନ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *