ଭବାନୀପାଟଣାରେ ସାପ୍ତାହିକ ହାଟ ବନ୍ଦ
କଳାହାଣ୍ଡି, (ଓଡିଶା ଟାଇମ୍) : ଅନିର୍ଦ୍ଧିଷ୍ଟ କାଳ ପାଇଁ ଭବାନୀପାଟଣା ସାପ୍ତାହିକ ହାଟ ବନ୍ଦ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି ନିଆଯାଇଛି । ବାହାର ରାଜ୍ୟର ବ୍ୟବସାୟୀଙ୍କ ଆସିବା ଉପରେ ମଧ୍ୟ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ ।
କରୋନା ସଂକ୍ରମଣ କୁ ଦେଖି ଭବାନୀପାଟଣା ସାପ୍ତାହିକ ହାଟ କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ମଙ୍ଗଳବାର ଓ ଶନିବାର ଜିଲ୍ଲାର ସଦର ମହକୁମା ହାଟରେ ପ୍ରବଳ ଜନସମାଗମ ହୋଇଥାଏ। ଜନସାଧାରଣଙ୍କ ସମାଗମ ତଥା ଜିଲ୍ଲା ତଥା ରାଜ୍ୟ ବାହାରୁ ବ୍ୟବସାୟୀଙ୍କ ଆଗମନକୁ ରୋକିବାକୁ ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ସେହିପରି ଗତକାଲି ଠାରୁ ଜିଲ୍ଲାରେ ନାଇଟ କର୍ଫ୍ୟୁ ଆରମ୍ଭ ହୋଇଛି। ବିଶେଷ କରି ଛତିଶଗଡ ଓ କଳାହାଣ୍ଡି ସୀମାନ୍ତରେ ଦିବାରାତ୍ରି ଚେକିଂ କଡ଼ାକଡ଼ି କରାଯାଉଛି ।