ସପ୍ତାହରେ ୨ ଦିନ ସଟ୍ଡାଉନ୍ ହେବ ରାଉରକେଲା ସହର
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଉରକେଲା ତଥା ସୁନ୍ଦରଗଡ଼ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଠାରେ ସାପ୍ତାହର ଶେଷ୨ ଦିନ ସଟଡ଼ାଉନ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିବା ଶୁକ୍ରବାର ଜଣାପଡ଼ିଛି। ଆସନ୍ତା ଜୁଲାଇ ୧୧ରୁ ୩୧ପର୍ଯ୍ୟନ୍ତ ସପ୍ତାହର ପ୍ରତି ଶନିବାର ଓ ରବିବାର ରାଉରକେଲା ମହାନଗର, ଇସ୍ପାତ ସହରାଂଚଳ ଓ କଲୁଙ୍ଗା ଶିଳ୍ପାଂଚଳ ସଟଡ଼ାଉନ ରହିବ। ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଘୋଷଣା କରିଛନ୍ତି।
ରାଉରକେଲା ସହର ସହ କଲୁଙ୍ଗା ଶିଳ୍ପାଞ୍ଚଳରେ ମଧ୍ୟ ସଟ୍ଡାଉନ୍ କଟକଣା ଲାଗୁ ହେବ। ସଟ୍ଡାଉନ୍ ବେଳେ ଔଷଧ ଦୋକାନ, ମେଡିକାଲ ସେବା ଆଦି ଜାରି ରହିବ। ଗ୍ରୋସରୀ ଏବଂ କ୍ଷୀର କାଉଣ୍ଟର ସକାଳ ୬ରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି। ୬୫ବର୍ଷରୁ ଅଧିକ ବୟସର ବ୍ୟକ୍ତି, ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ, ଗର୍ଭବତୀ ଓ ୧୦ବର୍ଷରୁ କମ୍ ବୟସର ଶିଶୁମାନେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।