ଶନିବାର ଓ ରବିବାର ଦିନ ୧୧ ଜିଲ୍ଲାରେ ଶଟ୍ଡାଉନ୍
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରାଜ୍ୟରେ କରୋନା ସଂକ୍ରମଣର ଭୟ ଏ ମାସରେ ସର୍ବାଧିକ ରହିଛି। ଏବେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ଏବଂ ଏ ମାସରେ ଅଧିକ ବଢ଼ିବ ବୋଲି ଆଶଙ୍କା କରିଛନ୍ତି ମୁଖ୍ୟ ସଚିବ ଅସିତ ତ୍ରିପାଠୀ। ଏଣୁ କେନ୍ଦ୍ର ସରକାରଙ୍କ କୋହଳ ନିର୍ଦେଶାବଳୀକୁ ରାଜ୍ୟ ସରକାର ଗ୍ରହଣ ନକରି ତାହାକୁ ଅଧିକ କଠୋର ଭାବେ ପାଳନ କରିବା ପାଇଁ ଯାୁଛନ୍ତି ବୋଲି କହିଛନ୍ତି। ;ମୁଖ୍ୟସଚିବ ଶ୍ରୀ ତ୍ରିପାଠି କହିଛନ୍ତି ଏଣିକି ପ୍ରତିଶ ଶନିବାର ଓ ରବିବାର ଦିନ ରାଜ୍ୟର ଟି ଜିଲ୍ଲାରେ ସମ୍ପୂଣ୍ଣ ଶଟ୍ଡାଉନ୍ ଆଦେଶ ଲାଗୁ କରାଯିବ। ଅତ୍ୟାବଶ୍ୟକ ସେବା, ଅନୁମତି ପାଇଥିବା ସେବା, ହସ୍ପିଟାଲ୍ ମେଡିସିନ୍ ଦୋକାନକୁ ଛାଡ଼ିଦେଲେ ଅନ୍ୟ ସବୁ ବ୍ୟବସାୟ ଓ କାରବାର ବନ୍ଦ ରହିବ। ଲୋକଙ୍କ ବିଚରଣ ଉପାରେ କଟକଣା ଲାଗୁ ରହିବ।
ଏହି ୧୧ ଜିଲ୍ଲା ଭିତରେ ରାଜ୍ୟର ୯ ଉପକୂଳବର୍ତ୍ତୀ ଜିଲ୍ଲା ସହ ବଲାଙ୍ଗୀର ଓ ନୟାଗଡ଼ ଏହି ଆଦେଶ କଡ଼ାକଡ଼ି ଭାବେ ପାଳନ କରାଯିବ।
ମେଡିକାଲ୍, ନସିଂ ହୋମ୍, ପୁଲିସ, ପେଟ୍ରୋଲ୍ ପମ୍ପ, ଟିଭି, ବିଜୁଳି, ପାଣି ଯୋଗାଣ, ଶିଳ୍ପାଞ୍ଚଳ ଖୋଲା ରହିବ। ରେଳବାଇ ଚାଲିବ।, ବିମାନ ବନ୍ଦର ଚାଲିବ। ପ୍ରଯୁକ୍ତି ବିଦ୍ୟା ଅନୁଷତ୍ଠାନ ଖୋଲିବ। ବିମାନବନ୍ଦରରୁ ଚାଲିବ। ବାହାଘର ବା ସ୍ମାଶାନ ପାଇଁ ଖୋଲା ରହିବ।
ଭାରତ ସରକାରଙ୍କ ଘୋଷଣା ଓଡ଼ିଶାରେ ଲାଗୁ ହେବ ନାହିଁ। ୫ ଜିନିଷରେ ସରକାର ଅଧିକ କଡ଼ା ପଦକ୍ଷେପ ନେବେ। ପୁଲିସ ଅଧିକ କେଠାର ହେବ ବୋଲି କହିଛନ୍ତି ପୁଲିସ ଡିଜି ଅଭୟ। ଆଜି ସନ୍ଧ୍ୟାରୁ ଏହି କଟକଣା ଜୋରଦାର ହେବ ବୋଲି ସେ କହିଛନ୍ତି।
ଗତକାଲି ସୁଦ୍ଧା ୪ଲକ୍ଷ ୨୬ ହଜାର ୫୦୪ଜଣ ଲୋକ ବିଭିନ୍ନ ମାର୍ଗ ଯେମିତି ଟ୍ରେନ୍, ବସ୍ ଏବଂ ଅନ୍ୟ ଯାନ ବାହାନ ଦ୍ଵାରା ଆସିଛନ୍ତି। ଆମର କ୍ଵାରେଣ୍ଟୀନ୍ ନୀତି ପାଇଁ ଏହା ଦରକାର। ଯେଉଁମାନେ ଟେଅନ୍ରେ ଆସୁଥିଲେ ସେମାନଙ୍କ ସଂଖ୍ୟା କମିଥିଲେ ବି ଆଗକୁ ବଢ଼ଇବାକୁ ଯାଉଛି। ଆମେ ବିମାନବନ୍ଦର ଓ ରେଳଷ୍ଟେସନ୍ ସହ ବିଭିନ୍ନ ଚେକ୍ ଗେଟ୍ରେ ଆମେ ଲାଗୁ କରିଛୁ। ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିବ। ଏଣୁ ଆମକୁ ଅଧିକ ସତର୍କ ରହିବାକୁ ହେବ ବୋଲି ଶ୍ରୀ ତ୍ରିପାଠି କହିଛନ୍ତି।
କୋଭିଡ୍-୧୯ ପର୍ଯ୍ୟଟକଙ୍କ ଯେଗେୁ ଆସିଛି। ଆମ ରାଜ୍ୟକୁ ଯେଉଁମାନେ ଆସିଛନ୍ତି ସେମାନଙ୍କ ଯୋଗୁ ପ୍ରସାରିତ ହୋଇଚି। ଏଣୁ ଆମେ ସେହି ଆଗନ୍ତୁକଙ୍କୁ ରଖି ନୀତି ନିର୍ଦ୍ଧାରଣ କରିଛନ୍ତି। ଯେତେ ଆଗନ୍ତୁକ ଆସିବେ ସେତେ ପଜିଟିଭ୍ ଓ ସଂକ୍ରମଣ ବଢ଼ଇବା ଆଶଙ୍କା ରହିଛି।
ଏହାବାଦ୍ ସରକାର ଏଥର ଅଧିକରୁ ଅଧିକ କଠୋର ବ୍ୟବସ୍ଥା ଆପଣାଇ ଉଲ୍ଲଙ୍ଘନକାରୀଙ୍କଠାରୁ ଜୋରିମାନା ଆଦାୟ କରିବାକୁ ପୁଲିସକୁ ନିର୍ଦେଶ ଦେଇଛନ୍ତି। ଏଣିକି ରାସ୍ତାରେ ଛେପ ପକାଇଲେ ବା ମାସ୍କ ନପିନ୍ଧି ବାହାରିଲେ ପୁଲିସ ୨୦୦ ଟଙ୍କା ବଦଳରେ ୫୦୦ ଟଙ୍କା ଜୋରିମାନା ଆଦାୟ କରିବେ। ଏହାଛଡ଼ା ରାଜ୍ୟରେ ରାତିବେଳର କର୍ଫ୍ୟୁ ଅଧିକ କଠୋର ହେବ। କେନ୍ଦ୍ର ସରକାରଙ୍କ କୋହଳ ବ୍ୟବସ୍ଥାକୁ ରାଜ୍ୟ ମାନିବ ନାହିଁ ବୋଲି ଡିଜିପି କହିଛନ୍ତି।