ବଙ୍ଗୋପସାଗରରେ ଆସୁଛି ବାତ୍ୟା : ୨୬ରେ ଛୁଇଁବ ଉପକୂଳ

ଭୁବନେଶ୍ବର, (ଓଡିଶା ଟାଇମ୍): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅବପାତର ରୂପ ନେଇଛି। ଏହା ପଶ୍ଚିମ -ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ୨୫ ତାରିଖ ଦିନ ୧୨ଟା ବେଳେ ଏହା ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ।

ତେବେ ବାତ୍ୟାର ସର୍ବାଧିକ ପ୍ରଭାବ ୨୬ ଓ ୨୭ ତାରିଖରେ ଅନୁଭୂତ ହେବ । ୨୬ ତାରିଖ ସଂଧ୍ୟା ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ୭୦ ରୁ ୮୦ କିଲୋମିଟର ରହିପାରେ । ଏପରିକି ୯୦ କିଲୋମିଟର ଯାଏଁ ଝଟକା ଲାଗି ପାରେ। ୨୭ ତାରିଖରେ ବାତ୍ୟା ଦୁର୍ବଳ ହୋଇ ପୁଣି ଅବପାତ ହେବ। ଏହାପରେ ମାଲକାନଗିରି ଦେଇ ଛତିଗଡ଼ ଅଭିମୁଖେ ଅଗ୍ରସର କରିବ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ସେପଟେ ଆଜି ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ୨୬ ତାରିଖରେ ୫ ଟି ଜିଲ୍ଲା ପୁରୀ , ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏହି ୫ ଜିଲ୍ଲା ସହିତ ଉପକୂଳ ଓ ଦକ୍ଷିଣ ଓଡ଼ିଶା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୭ ତାରିଖରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ, ଏଥିପାଇଁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୭ ତାରିଖରେ ୬ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର ଏବଂ ନୂଆପଡ଼ା ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *