ପୁଣି ଫେରିଲା ଘନ କୁହୁଡ଼ି, ଦେଖାଯାଉନି ରାସ୍ତାଘାଟ

ଭୁବନେଶ୍ବର, (ଓଡିଶା ଟାଇମ୍) : କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଫେରିଛି କୁହୁଡ଼ି । ଭୁବନେଶ୍ୱର, କଟକରେ ଆଚ୍ଛାଦିତ ହୋଇ ରହିଛି କୁହୁଡ଼ି। ଆଜି ସକାଳୁ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି ।

ଟ୍ୱିନ୍ ସିଟିରେ କୁହୁଡ଼ିର ପରିମାଣ ଏତେ ଅଧିକା ଯେ, ଯାନାବାହାନ ଚଳାଚଳରେ ବାଧା ଉପୁଜିଛି । ମାତ୍ର କିଛି ମିଟର ଯାଏ ଦେଖିବା ସମ୍ଭବପର ହୋଇଛି । ସେହିପରି ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ , ଜଗତସିଂହପୁର ଜିଲ୍ଲାରେ କୁହୁଡ଼ି ଦେଖିବାକୁ ମିଳିଛି । ଏହାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଭଦ୍ରକ, କଟକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି ।

Leave a Reply

Your email address will not be published. Required fields are marked *