ଆଜିଠୁ କମିବ ଶୀତ, ୨ ଦିନ ପରେ ପୁଣି ବଢିବ
ଭୁବନେଶ୍ବର, (ଓଡିଶା ଟାଇମ୍) :ଆସନ୍ତା ଦୁଇଦିନ ଭିତରେ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । କିନ୍ତୁ ତା’ ପରବର୍ତ୍ତୀ ୨-୩ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ପୁଣି ୩ରୁ ୪ ଡିଗ୍ରୀ କମିବ ବୋଲି ଅନୁମାନ କରାଯାଉଛି। ଏହାଫଳରେ ଶୀତର ପ୍ରକୋପ ବୃଦ୍ଧି ପାଇବ ।
ଏତତ୍ ବ୍ୟତୀତ, ଆସନ୍ତା ଦୁଇଦିନ ଯାଏଁ ରାଜ୍ୟରେ ଘନ କୁହୁଡ଼ି ରହିବ । ମଙ୍ଗଳବାର ସକାଳେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଏବଂ ନୟାଗଡ଼ରେ ଘନ କୁହୁଡ଼ି ରହିଛି। ଏହାବାଦ୍ ଆଉ କେତେକ ଜାଗାରେ ମଧ୍ୟମ ଧରଣର କୁହୁଡ଼ି ରହିଥିବା ଦେଖିବାକୁ ମିଳିଛି । ବୁଧବାର ସକାଳେ ମଧ୍ୟ ଘନ କୁହୁଡ଼ି ଜାରି ରହିବ । କିନ୍ତୁ ଗୁରୁବାର ଓ ଶୁକ୍ରବାର କୁହୁଡ଼ି ପ୍ରଭାବ ସାମାନ୍ୟ ରହିବ ବୋଲି ଅନୁମାନ କରାଯାଉଛି ।
ସୋମବାର ରାଜ୍ୟତମାମ ଦିନ ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ୍ ତଳେ ରହିଛି । ରବିବାର ରାତିରେ ରାଜ୍ୟର ସବୁ ସ୍ଥାନରେ ପାରଦ ୧୦ ଡିଗ୍ରୀ ଉପରେ ଥିବା ରେକର୍ଡ ହୋଇଛି ।