ଦୀପାବଳି ପରେ ବଢିବ ଶୀତ, ତାପମାତ୍ରା ୩ ରୁ ୪ଡିଗ୍ରୀ କମିପାରେ

ଭୁବନେଶ୍ବର, (ଓଡିଶା ଟାଇମ୍) :ଦୀପାବଳି ପରେ ପୁଣି ରାଜ୍ୟକୁ ଫେରିବ ଶୀତ । ଗତ ୩ ଦିନ ହେଲା ପୂର୍ବତରଙ୍ଗାୟିତ ପବନ ବୋହୁଥିବାରୁ ରାଜ୍ୟର ସର୍ବନିମ୍ନ ତାପମାତ୍ର ବଢିଥିଲା । ପାଗ ମେଘୁଆ ରହିଥିବା ବେଳେ କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ହୋଇଥିଲା । କିନ୍ତୁ ଆଜିଠାରୁ ପୂର୍ବା ପବନ ଦୁର୍ବଳ ହେବା ସହ ଆକାଶ ନିର୍ମଳ ରହିବ ସମ୍ଭାବନା ଥିବାରୁ, ରାଜ୍ୟରେ ତାପମାତ୍ରା କମିବ । ଆଉ ଶୀତ ମଧ୍ୟ ବଢିବ । ଏମିତି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପାଣିପାଗ ବିଭାଗ ଅନୁସାରେ , ୨ ରୁ ୩ ଦିନ ହେବ ବଙ୍ଗୋପସାଗର ଅଞ୍ଚଳରୁ ଆସୁଥିବା ପବନ ଫଳରେ ରାଜ୍ୟର ସର୍ବନିମ୍ନ ତାପମାତ୍ରରେ ବୃଦ୍ଧି ଘଟିଥିଲା । କିନ୍ତୁ ପୂର୍ବ ଦିଗରୁ ବୋହୁଥିବା ପବନ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ଆସନ୍ତା ୨ରୁ ୩ ଦିନରେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ତାପମାତ୍ରା ୩ ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଏବଂ ଉପକୂଳ ଜିଲ୍ଲା ଗୁଡିକରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ।

Leave a Reply

Your email address will not be published.