ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ, ଆଜିଠୁ ୫ଦିନ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍) :କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦକ୍ଷିଣରୁ ଉପକୂଳ ପ୍ରବଳ ବର୍ଷିବ। ଆଜିଠୁ ୫ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ତେବେ ଆଜି ପାଇଁ ଉପକୂଳ ଜିଲ୍ଲା ସମେତ ମୟୁରଭଞ୍ଜ, ଢେଙ୍କାନାଳ, ମାଲକାନଗିରି, ରାୟଗଡ଼ା,କୋରାପୁଟ ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୦ତାରିଖରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତି ପ୍ରବଳ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଏହି ୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥି ସହିତ ମାଲକାନଗିରି କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପିରି ୨୧ତାରିଖରେ ମାଲକାନଗିରି, କୋରାପୁଟ,ରାୟଗଡା ଓ ପୁରୀ ଜିଲ୍ଲା ଏବଂ ୨୨ରୁ ୨୩ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଳାରେ ପ୍ରବଳ ବର୍ଷା ହେବାର ଅଛି । ଏହି ସବୁ ଜିଲ୍ଲାକୁ ୟେଲା ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ସମ୍ଭାବ୍ୟ ସ୍ଥିତିର ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛନ୍ତି।

ବିଶେଷ କରି ଗଞ୍ଜାମ, ଗଜପତି, ମାଲକାନାଗିରି ଜିଲ୍ଲାରେ ଅଧିକ ଫୋକସ ରଖାଯାଇଛି। ୮ଟି ଜିଲ୍ଲାରେ ନୋଡାଲ ଅଫିସରଙ୍କୁ ନିଯୁକ୍ତି କରାଯାଇଛି।

Leave a Reply

Your email address will not be published.