ଦାନା ବାନ୍ଧୁଛି ଲଘୁଚାପ; ଅଗଷ୍ଟ ୪ରୁ ବର୍ଷା ସମ୍ଭାବନା
ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତା ସପ୍ତାହରେ ବଙ୍ଗୋପସଗାରରେ ଏକ ଘୁର୍ଣ୍ଣିବଳୟ ଦାନା ବାନ୍ଧୁଛି । ଏହା ଲଘୁଚାପର ରୂପ ନେବା ସହ ବର୍ଷା ହେବା ନେଇ ଅନୁମାନ କରିଛି ସୋଆ ପରିବେଶ ଏବଂ ଜଳବାୟୁ କେନ୍ଦ୍ରର ଡକ୍ଟର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ।
ସିଇସିର ଅନୁମାନ ଅନୁଯାୟୀ, ଅଗଷ୍ଟ ୩ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ଆଉ ଏକ ଲଘୁଚାପ ସହ ମିଶିବା ପରେ ଆହୁରି ଶକ୍ତିଶାଳୀ ହେବ । ଏହାର ପ୍ରଭାବରେ ଅଗଷ୍ଟ ୩ ତାରିଖରୁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି ୪ ଓ ୫ ତାରିଖରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।
କେନ୍ଦ୍ରାପଡା, ଜଗତସିଂପୁର, ପୁରୀ, ଖୋର୍ଧା, କଟକ, ନୟାଗଡ, ଗଞ୍ଜାମ, କନ୍ଧମାଳ, ବଲାଙ୍ଗୀର, ଢେଙ୍କାନାଳ, ଅନୁଗୋଳ, ସୋନପୁର, ବୌଦ୍ଧ, ନୂଆପଡା, ନବରଙ୍ଗପୁର, ସମ୍ବଲପୁର, ବରଗଡ, ଝାରୁସୁଗୁଡା ଓ କଳାହାଣ୍ଡି ଜିଲ୍ଲାରେ ବର୍ଷା ଅନୁଭୂତ ହେବ ।
ଏହି ଲୋ ପ୍ରେସର ଆନ୍ଧ୍ର ଉପକୂଳ ଓ ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହେଉଥିବା ଜଣାଯାଇଛି। ଆସନ୍ତା ସପ୍ତାହରେ ଏହା ୱେଷ୍ଟ ପେସିଫିକ ଓ ସାଉଥ୍ ଚାଇନା ସି ଆଡକୁ ଗତି କରି ଡିପ୍ରେସନର ରୂପ ନେବ। ପରେ ଏହା ଓଡ଼ିଶା- ପଶ୍ଚିମବଙ୍ଗ ଉପକୂଳ ଦେଇ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ।