ଆଜି ପୁଣି କାଳବୈଶାଖୀ : ଉତ୍ତର ଓ ଦକ୍ଷିଣ-ଉପକୂଳ ଓଡ଼ିଶାର ପ୍ରଭାବ ଅଧିକ

ଭୁବନେଶ୍ବର, (ଓଡିଶା ଟାଇମ୍) :  ଉତ୍ତର ଓଡ଼ିଶା ସହ ଦକ୍ଷିଣ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଜୋର୍‌ ପ୍ରଭାବ ରହିବ । କିଛି ସ୍ଥାନରେ ପ୍ରବଳ ବର୍ଷିବ । ଆଞ୍ଚଳିକ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ନୟାଗଡ଼, କଟକ, ଖୋର୍ଦ୍ଧା ଓ ଦେଓଗଡ଼ରେ ଘଡ଼ଘଡ଼ି ସହ ବର୍ଷା ହେବ । କେନ୍ଦୁଝର, କନ୍ଧମାଳ, ଦେଓଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ.ଏଚ୍‌ଆର୍‌ ବିଶ୍ୱାସ କହିଛନ୍ତି । ୪ ତାରିଖ ପର୍ୟ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା ଜାରି ରହିବ ବୋଲି ସେ କହିଛନ୍ତି । ତେବେ ସୋମବାର, ମଙ୍ଗଳବାର ଓ ବୁଧବାର କାଳବୈଶାଖୀର ପ୍ରଭାବ ଅପେକ୍ଷାକୃତ କମ୍‌ ରହିବ ବୋଲି ଡ.ବିଶ୍ୱାସ କହିଛନ୍ତି ।

ଭୁବନେଶ୍ୱରରେ ଆସନ୍ତା ୩ରୁ ୮ ତାରିଖ ଯାଏ ସର୍ବାଧିକ ତାପମାତ୍ରା ବଢି ୩୯ରୁ ୪୦ଡିଗ୍ରୀ ଉପରେ ରହିବ । ଆଭ୍ୟନ୍ତରୀଣ ଓଡିଶାରେ ୧ ତାରିଖ ପର୍ୟ୍ୟନ୍ତ କିଛି ସ୍ଥାନରେ ୪୦ଡିଗ୍ରୀରୁ ଅଧିକ ରହିବ । ତା ପରେ କମି ୮ ତାରିଖ ଯାଏ ୩୮ରୁ ୪୦ଡିଗ୍ରୀ ରହିବ । କେରଳରେ ମୌସୁମୀ ପହଞ୍ଚି ସାରିଛି ବୋଲି ସ୍କାଏମେଟ୍‌ର ଘୋଷଣା କରିଛି । କିନ୍ତୁ ଭାରତୀୟ ପାଣିପାଗ ଏ ଯାଏ ଘୋଷଣା କରିନି । ଡ.ପଶୁପାଳକଙ୍କ କହିବା ଅନୁସାରେ, କେରଳରେ ଆଜି ବର୍ଷା ନାହିଁ । ଆସନ୍ତାକାଲି ୧୦ରୁ ୧୫ ମିଲିମିଟର ବର୍ଷା ହୋଇଛି । ମୌସୁମୀ ପାଇଁ ସର୍ବନିମ୍ନ ବର୍ଷା ଆବଶ୍ୟକତାଠାରୁ ଏହା ଅଧିକ । କେରଳରେ ଦୁଇ ଦିନ ଭିତରେ ମୌସୁମୀ ପହଞ୍ଚିବ । ଓଡ଼ିଶାରେ ଜୁନ ୧୦ରୁ ୧୧ ତାରିଖ ସମ୍ଭାବ୍ୟ ବର୍ଷାକୁ ମୌସୁମୀ କୁହାଯିବ କି ନା, ଏହା ଓଡ଼ିଶାର ଦକ୍ଷିଣରେ ଥିବା ରାଜ୍ୟ ଉପରେ ନିର୍ଭର କରୁଛି । ଓଡ଼ିଶାକୁ ମୌସୁମୀ ଆଗମନ ବିଳମ୍ବିତ ହୋଇପାରେ ।

Leave a Reply

Your email address will not be published.