ସାଢ଼େ୬ଟା ସୁଦ୍ଧା ୬ ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ବର୍ଷା ଆଶଙ୍କା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆକାଶରେ ମେଘର ସ୍ଥିତିକୁ ଲକ୍ଷ୍ୟ କରି ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା କିଛି ଘଣ୍ଟା ଭିତରେ ହେବାକୁ ଥିବା ପାଗ ପରିବର୍ତ୍ତନ ସମ୍ପକ;ରେ ସୂଚନା ଦିଆଯାଇଛି।

ଏହି ସୂଚନା ଆଧାରରେ ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ରାଜ୍ୟର ୬ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ଆଶଙ୍କା ରହିଛି। ନାଓକାଷ୍ଟ ବୁଲେଟିନ୍‌ରେ ପାଣିପାଗ ବିଭାଗ କହିଛି, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ହେବା ଆଶଙ୍କା ରହିଛି। ଏହି ସ୍ଥାନମାନଙ୍କରେ ହାଲୁକା ବର୍ଷା ହେବା ଆଶଙ୍କା ରହିଛି।

ଏହି ପରିସ୍ଥିତିକୁ ଆଖିରେ ରଖି କୃଷକ ଓ ବାହାରେ ବୁଲୁଥିବା ଲୋକେ ସତର୍କ ରହିବା ଆବଶ୍ୟକ।

Leave a Reply

Your email address will not be published.