ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ

ମାଲାକନଗିରି , (ଓଡିଶା ଟାଇମ୍) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସ୍ଵାଭିମାନ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ କୁମ୍ବିଂ ଅପରେସନ ବେଳେ ଜବତ ହେଲା ବିପୁଳ ପରିମାଣର ଅସ୍ତ୍ର ଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ । ସୋମବାର ସକାଳେ ବିଏସଏଫ ଓ ଡିଭିଏଫ ବାହିନୀ ମିଳିତ ଭାବେ ସ୍ଵାଭିମାନ ଅଞ୍ଚଳର ମୁକୁଦିପାଲ୍ଲି, ଗୁରାସେତୁ, ବେଜିଙ୍ଗ, ଜମ୍ପଲୁର ଓ ପାରଲୁବନ୍ଧ ଗ୍ରାମ ଅଞ୍ଚଳରେ ଜବାନମାନେ କମ୍ବିଂ କରୁଥିବା ବେଳେ ଗୁଇନ୍ଦା ସୂଚନା ପାଇ ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ର ଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଥିଲେ ।

ଗୋଟିଏ ବନ୍ଧୁକ, ଗୋଟିଏ କ୍ଲାଟିମର ବୋମା, କୋଡେକ୍ସ କେବୁଲ,  ୮ଟି ଡିଟୋନେଟର, ୪୦କେଜିର ଅକ୍ସିଜେନ ସିଲିଣ୍ଡର ସହ ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ଯବାନ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ନକ୍ସଲପନ୍ଥୀ ଅସ୍ତ୍ର ଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଏଠାରେ ରଖିଥିବା ମାଲକାନଗିରି ଏସପି କହିଛନ୍ତି ।

Leave a Reply

Your email address will not be published.