ହୀରାକୁଦକୁ ବନ୍ୟାଜଳ ପ୍ରବେଶ କମିଛି, ୩୬ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସିତ
ଭୁବନେଶ୍ବର, (ଓଡିଶା ଟାଇମ୍) : ହୀରାକୁଦ ଡ଼୍ୟାମର ଜଳ ପତ୍ତନ ହ୍ରାସ ପାଉଛି। ଡ଼୍ୟାମର ଆଉ ୪ଟି ଗେଟ ବନ୍ଦ ହୋଇଥିବା ବେଳେ ଡ଼୍ୟାମରୁ ଏବେ ୩୬ଟି ଗେଟ ଦେଇ ଜଳ ନିଷ୍କାସନ ଚାଲୁଛି।
ବର୍ତ୍ତମାନ ଜଳ ଭଣ୍ଡାର ମଧ୍ୟକୁ ୪ ଲକ୍ଷ ୯୪ ହଜାର ୯୪ ଘନଫୁଟ ଜଳ ପ୍ରବେଶ କରୁଛି । ସେହିପରି ୬ ଲକ୍ଷ ୬୫ ହଜାର ୬୨୪ ଘନଫୁଟ ପାଣି ଜଣ ଭଣ୍ଡାର ମଧ୍ୟରୁ ନିଷ୍କାସିତ ହେଉଛି । ଛତିଶଗଡ ଏବଂ ଇବ୍ -ଭେଡେନ୍ ଜରିଆରେ ଆସିଥିବା ବନ୍ୟା ଜଳ ସର୍ବାଧିକ ୯ଲକ୍ଷ ୧୧ହଜାର କ୍ୟୁସେକ୍ ଜଳ ଏବେ କମିବା ଆରମ୍ଭ କରିଛି। ତେଣୁ ହୀରାକୁଦରେ ବର୍ତ୍ତମାନ ୩୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।