ହୀରାକୁଦ ଜଳଭଣ୍ଡାରର ୨୪ଟି ଗେଟ୍ ଖୋଲା

ସମ୍ବଲପୁର, (ଓଡିଶା ଟାଇମ୍) :ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ଜଳଭଣ୍ଡାରରେ ୬ ଲକ୍ଷ ୫୬ ହଜାର କ୍ୟୁସେକ ବନ୍ୟାଜଳ ପ୍ରବେଶ କରିଛି । ଏବେ ଜଳଭଣ୍ଡାର ଜଳସ୍ତର ୬୨୫ ଫୁଟକୁ ଛୁଇଁଛି । ଜଳଭଣ୍ଡାରରୁ ୨୪ଟି ଗେଟ ଦେଇ ୩ ଲକ୍ଷ ୩୫ ହଜାର କ୍ୟୁସେକ ବନ୍ୟାଜଳ ମହାନଦୀକୁ ଛଡ଼ାଯାଉଛି ।

ମହାନଦୀର ଖଇରମାଲ ନିକଟରେ ୯ ଲକ୍ଷ ୪୦ ହଜାର, ବରମୂଳ ନିକଟରେ ୬ ଲକ୍ଷ ୧୦ ହଜାର ଓ ମୁଣ୍ଡଳୀ ନିକଟରେ ୭ ଲକ୍ଷ ୫୪ ହଜାର ଘନଫୁଟ ବନ୍ୟାଜଳ ପ୍ରତି ସେକେଣ୍ଡରେ ପ୍ରବାହିତ ହେଉଛି । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ଆଉ କିଛି ଗେଟ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯିବା ସମ୍ଭାବନା ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ନିକଟରେ ୮ ଲକ୍ଷ ରୁ ୯ ଲକ୍ଷ ମଧ୍ୟରେ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published.