ସୁବର୍ଣ୍ଣରେଖା, ବୈତରଣୀ ଓ ବ୍ରାହ୍ମଣୀ ନଦୀର କମିଲା ଜଳସ୍ତର
ଭୁବନେଶ୍ବର, (ଓଡିଶା ଟାଇମ୍) :ସୁବର୍ଣ୍ଣରେଖା, ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ଜଳସ୍ତର କମିଛି । ଏହିସବୁ ନଦୀରେ ଜଳସ୍ତର ବିପଦ ସଂକେତ ତଳେ ରହିଛି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି ।
ହୀରାକୁଦ ଜଳଭଣ୍ଡାରର ୪୬ ଗେଟ୍ ଖୋଲା ରହିଛି । ଅବଶ୍ୟକ ପଡିଲେ ଆଉ ଦୁଇଟି ଗେଟ୍ ଖୋଲାଯିବ । ଜଳଭଣ୍ଡାରକୁ ୮ ଲକ୍ଷ ୨୦ ହଜାର ଘନଫୁଟ ଜଳ ପ୍ରବେଶ କରୁଛି । ୭ ଲକ୍ଷ ୬୫ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି । ମୁଣ୍ଡୁଳିରେ ୧୦ ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେଉଛି । ରେଙ୍ଗାଳି ଡ୍ୟାମର ୩ଟି ଗେଟ୍ ବନ୍ଦ ହୋଇସାରିଛି । ଆଉ ଗୋଟିଏ ଗୋଟ୍ ବନ୍ଦ କରିବା ପାଇଁ ଚିନ୍ତା କରାଯାଉଛି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୨ଟି ଘାଇ ସୃଷ୍ଟି ହୋଇଛି । ମହାନଦୀ ସିଷ୍ଟମରେ ଦୁଇଟି ଘାଇ ହୋଇଛି । ୨୪ଟି ଘାଇ କେବଳ ଯାଜପୁର ଜିଲ୍ଲାରେ ହୋଇଛି । ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଯାଜପୁର, ନୟାଗଡ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ମୁଣ୍ଡୁଳିର ବବ୍ୟାଜଳ ସମୁଦ୍ରରେ ପହଞ୍ଚିବାକୁ ୧୨ରୁ ୧୫ ଘଣ୍ଟା ସମୟ ଲାଗିବ ।