ଆସନ୍ତା ୧୧ ଯାଏଁ ଭିସୁଟ ସଟଡାଉନ
ସମ୍ବଲପୁର, (ଓଡିଶା ଟାଇମ୍) : ସମ୍ବଲପୁର: ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଭିସୁଟକୁ ସଟଡାଉନ ଘୋଷଣା କରାଯାଇଛି। କିଛି ଦିନ ପୂର୍ବରୁ ଜଣେ ଅଧ୍ୟାପିକାଙ୍କ ସ୍ୱାମୀଙ୍କ କୋରୋନାରେ ମୃତ୍ୟୁ ହେବା ପରେ ମଙ୍ଗଳବାର ଗୋଟିଏ ଦିନ ପାଇଁ ଭିସୁଟ ବନ୍ଦ କରାଯିବା ସହ ଏହାକୁ ସାନିଟାଇଜ କରାଯାଇଥିଲା । ଗୋଟିଏ ଦିନ ପାଇଁ ସିଲ୍ ହୋଇଥିଲା ଭିସୁଟ ବା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ । ତେବେ ଜଣେ ଅଧ୍ୟାପିକାଙ୍କ ସ୍ୱାମୀଙ୍କ କୋରୋନାରେ ମୃତ୍ୟୁ ହେବା ପରେ ମଙ୍ଗଳବାର ଗୋଟିଏ ଦିନ ପାଇଁ ଭିସୁଟ ବନ୍ଦ କରାଯିବା ସହ ଏହାକୁ ସାନିଟାଇଜ କରାଯାଥିଲା ।
ପୂର୍ବରୁ ସିଭିଲ ଇଂଜିନିୟରିଂର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଏବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଆଉ କିଛି ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି ।
ତେବେ ପୂର୍ବରୁ ସିଭିଲ୍ ଇଂଜିନିୟରିଂର ସମସ୍ତ କର୍ମଚାରୀ କ୍ବାରେଣ୍ଟାଇନରେ ଥିବାବେଳେ ଏବେ ପୁଣି କିଛି ଜଣ କ୍ବାରେଣ୍ଟାଇନରେ ଅଛନ୍ତି ।