ବିବେକ ରାମ ଚୌଧୁରୀ ହେବେ ଦେଶର ପରବର୍ତ୍ତୀ ବାୟୁସେନା ମୁଖ୍ୟ
ଭୁବନେଶ୍ଵର, (ଓଟି): ଏୟାର ମାର୍ଶାଲ୍ ବିବେକ ରାମ ଚୌଧୁରୀ ହେବେ ଦେଶର ପରବର୍ତ୍ତୀ ବାୟୁସେନା ମୁଖ୍ୟ। ଆସନ୍ତା ୩୦ ତାରିଖରେ ସେ ଏହି ଦାୟିତ୍ଵ ନେବେ। ଏହିଦିନ ବର୍ତ୍ତମାନର ବା୍ରୁସେନା ମୁଖ୍ୟ ଆରକେଏସ ଭଦୋରିଆ ଚିଫ୍ ଏୟାରମାର୍ଶଲ୍ ପଦବୀରୁ ଅବସର ନେବା ପରେ ତାଙ୍କୁ ଏହି ପଦବୀରେ ଅଧିଷ୍ଠିତ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।
ଏୟାର ମାର୍ଶାଲ ବିବେକ ଚୌଧୁରୀ ଏବେ ଉପମୁଖ୍ୟ ଭାବେ ବାୟୁସେନାରେ ଅଧିଷ୍ଠିତ। ସେ ନିଜର ନିଷ୍ଠା ଓ କର୍ତ୍ତବ୍ୟପରାୟଣାତା ଲାଗି ଅତି ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ ହୋଇସାରିଛନ୍ତି।
ଏୟାର ମାର୍ଶାଲ ବିବେକ ଚୌଧୁରୀଙ୍କ ପାଖରେ ବାୟୁସେନା ଯୁଦ୍ଧ ବିମାନ ଉଡାଇବାର ବିଶାଳ ଅନୁଭବ ରହିଛି । ସେ 3800 ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧ ଓ ପ୍ରଶିକ୍ଷଣ ଏୟାରକ୍ରାଫ୍ଟ ଉଡାଇଛନ୍ତି । ଏହାସହିତ ସେ ଅପରେସନ ମେଘଦୂତ ଏବଂ ଅପରେସନ ସଫେଦ ସାଗର ସମୟରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବିମାନ ଉଡାଇ ନିଜ ପରାକ୍ରମ ଦେଖାଇସାରିଛନ୍ତି ।
ଏୟାର ମାର୍ଶାଲ ବିବେକ ରାମ ଚୌଧୁରୀ ଚଳିତ ବର୍ଷ ଜୁଲାଇ ପହିଲାରେ ବାୟୁସେନା ଉପମୁଖ୍ୟ ଦାୟିତ୍ବ ସମ୍ଭାଳିଥିଲେ । 29 ଡିସେମ୍ବର 1982ରେ ବାୟୁସେନାରେ ସାମିଲ ହୋଇଥିଲେ ବିବେକ । ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀର ଛାତ୍ର ଥିଲେ ।