ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ; ସନ୍ଧ୍ୟା ୬ଟା ଯାଏଁ ଚାଲିବ ଭୋଟିଂ

ଭୁବନେଶ୍ବର, (ଓଡିଶା ଟାଇମ୍) :ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଭୋଟିଂ ଆରମ୍ଭ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ମଇଦାନରେ ରହିଛନ୍ତି ସର୍ବମୋଟ ୧୫ ଜଣ ପ୍ରାର୍ଥୀ । ଦୁଇ ଦିବଙ୍ଗତ ନେତାଙ୍କ ପୁଅଙ୍କୁ ମିଶାଇ ପ୍ରାୟ ସମସ୍ତ ପ୍ରାର୍ଥୀ ସମ୍ପୂର୍ଣ୍ଣ ନୂଆ ଚେହେରା । ତିର୍ତ୍ତୋଲର ସର୍ବାଧିକ ୯ ଜଣ ମଇଦାନକୁ ଓହ୍ଲାଇଥିବାବେଳେ ବାଲେଶ୍ୱରର ହେବ ୬ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା ।

ଦୁଇ ନିର୍ବାଚନ ମଣ୍ଡଳୀର ସାଢେ ଚାରି ଲକ୍ଷରୁ ଅଧିକ ମତଦାତା ନିଜ ମତ ଅଧିକାର ସାବ୍ୟସ୍ତ କରୁଛନ୍ତି । ତେବେ କୋରୋନା କଟକଣା ଭିତରେ ଚାଲିଛି ଭୋଟ ଗ୍ରହଣ । ସମସ୍ତ ପୋଲିଂ ଏଜେଣ୍ଟଙ୍କର ସ୍କ୍ରିନି କରାଯାଇ ସୁସ୍ଥ ଅଫିସରଙ୍କୁ ନିୟୋଜିତ କରାଯାଇଛି । ୧୦୦୦ ଜଣ ହିଁ ଗୋଟେ ବୁଥରେ ଭୋଟ ଦେଇପାରିବେ । ଏଥିପାଇଁ ବାଲେଶ୍ଵରରେ ୩୪୬ କରାଯାଇଥିବାବେଳେ ତିର୍ତ୍ତୋଲରେ ୩୭୩ ବୁଥ କରାଯାଇଛି । ପ୍ରତି ବୁଥ ଗୁଡିକୁ ସାନିଟାଇଜ କରାଯାଇଛି ।

୩୫୦୦ ପୋଲିଂ କର୍ମଚାରୀଙ୍କ ସମେତ ୮୦୦ ଆଶା କର୍ମୀ ଓ ୮୦୦ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ସମୁଦାୟ ୬ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ, ୯୦ ପ୍ଲାଟୁନ ପୋଲିସ ଫୋର୍ସ, ୨୫୧ ପୋଲିସ ଅଫିସର ନିୟୋଜିତ ଅଛନ୍ତି । ଏହାସହ ପ୍ରତି ବୁଥରେ ଉଉଞଠ ଲଗାଯାଇଛି । ତିର୍ତ୍ତୋଲରେ ସର୍ବାଧିକ ୧୫୫ ସମ୍ବେଦନଶୀଳ ବୁଥ ରହିଥିବାବେଳେ ବାଲେଶ୍ଵରରେ ରହିଛି ୮୬ଟି ବୁଥ ଭୋଟ ସକାଳ ୭ରୁ ସାନ୍ଧ୍ୟ ୬ ଯାଏ ହେବ । ଆସନ୍ତା ୧୦ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।

Leave a Reply

Your email address will not be published. Required fields are marked *