ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଚଳାଇଲେ ପାଣ୍ଡିଆନ, କାହିଁକି ପଢନ୍ତୁ…

ଭୁବନେଶ୍ବର, (ଓଡିଶା ଟାଇମ୍) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରଥରେ ପାଣ୍ଡିଆନ ସାରଥୀ। ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ କାରର ଡ୍ରାଇଭର ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କେବଳ ସତ ନୁହେଁ, ଆଜି ଚର୍ଚ୍ଚାର ପ୍ରସଙ୍ଗ ମଧ୍ୟ ପାଲଟିଛି। ଏଭଳି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ପ୍ରଦର୍ଶନୀ ପଡ଼ିଆରେ। ପାଣ୍ଡିଆନ ଗାଡ଼ି ଚଳାଉଥିବା ସମୟର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ରାଜଧାନୀର ପ୍ରଦର୍ଶନୀ ପଡିଆରେ  ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ପତାକା ଉତ୍ତୋଳନ ସହ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ଼ ଗାଇଡଲାଇନ ତଥା କଟକଣା ଭିତରେ ସମାରୋହ ପାଳନ ହୋଇଥିବା ଭିତରେ ମୁଖ୍ୟମନ୍ତ୍ରୀ ମଧ୍ୟ କୋଭିଡ ଗାଇଡ୍‌ଲାଇନ ପାଳନ କରିବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ଆଜି ଉତ୍ସବରେ ଏକ ବିଶେଷ ଘଟଣା ଦେଖିବାକୁ ମିଳିଥିବା ବେଳେ ତାହାକୁ ବିଭିନ୍ନ ମହଲରେ ଉଚ୍ଚପ୍ରଶଂସା କରାଯାଇଛି ।

ଘଟଣାଟି ଥିଲା ମୁଖ୍ୟମନ୍ତ୍ରୀଙ୍କ କାର ଚାଳକ ଆସନରେ ଥିଲେ ତାଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ସଚିବ ଭି.କେ ପାଣ୍ଡିଆନ୍  । ଶ୍ରୀ ପାଣ୍ଡିଆନ୍‌ ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଡ୍ରାଇଭିଂ କରି ତାଙ୍କୁ ସଭାସ୍ଥଳକୁ ଆଣିଆସିଥିଲେ । କୋଭିଡ଼ ନିୟମ ପାଳନ କରି ଶ୍ରୀ ପାଣ୍ଡିଆନ୍‌ ଏପରି କରିବା ସହ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଜଣେ ବରିଷ୍ଠ ଆଇଏଏସ୍‌ ଅଫିସର ମୁଖ୍ୟମନ୍ତ୍ରୀଙ୍କୁ କାର୍‌ରେ ସଭାସ୍ଥଳକୁ ଆଣିବା କୋଭିଡ଼ ନିୟମ ପାଳନ ସହ ତାଙ୍କ ବିନମ୍ରତାର ପରିଚୟ  ଦେଇଛି।

Leave a Reply

Your email address will not be published.