ଟିକାକରଣ ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ, ଭର୍ଚୁଆଲରେ ୪୦ ଜିଲ୍ଲାର ଅଧିକାରୀଙ୍କ ସହ କଥା ହେବେ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶର ଟିକାକରଣ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା ବୈଠକ କରିବେ । ମଧ୍ୟାହ୍ନରେ ବସିବ ଏହି ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ୪୦ ଟି ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଆଲୋଚନା କରିବେ । ଯେଉଁଠାରେ କରୋନା ଟିକାକରଣର ଗତି ମନ୍ଥର ହୋଇଛି । ସେନେଇ ସମୀକ୍ଷା କରିବେ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ବୁଧବାର ଦିନ ଝାଡଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଏବଂ ଅନ୍ୟାନ୍ୟ ରାଜ୍ୟରେ ଟିକାକରଣ କମ୍ ଥିବା ଜିଲ୍ଲା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ପ୍ରଧାନମନ୍ତ୍ରୀ ଯୋଗାଯୋଗ କରିବେ । ଏହି ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀ ମଧ୍ୟ ବୈଠକରେ ଉପସ୍ଥିତ ରହିବେ ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଭାରତର କରୋନା ଟୀକାକରଣ କଭରେଜ୍ ୧୦୬.୭୯ କୋଟି ଅତିକ୍ରମ କରିଛି । ନଭେମ୍ବର ୧ରେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୪୭ ଲକ୍ଷରୁ ଅଧିକ ଟିକା ଦିଆଯାଇଥିଲା । ଅନ୍ତିମ ରିପୋର୍ଟ ପ୍ରସ୍ତୁତି ସହିତ ଦୈନିକ ଟିକାକରଣ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *