ଲକ୍ ଡାଉନରେ ଭର୍ଚୁଆଲ୍ ସମ୍ଭୋଗ

ରୋନା ହୋଇଛି କାଳ । ଲକ୍ ଡାଉନ୍ କୋହଳ ହୋଇଥିଲେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଯେଉଁଥି ପାଇଁ ସବୁ କ୍ଷେତ୍ର ପ୍ରଭାବିତ, ସବୁ ବେପାର ମାନ୍ଦା । ଅନେକ, ସେମାନଙ୍କ ଜୀବୀକା ବଦଳାଇ ଦେଲେଣି । କିନ୍ତୁ ସମାଜ ଆଖିରେ ଭିନ୍ନ ନଜରରେ ପରିଚିତ ଦେହଜୀବୀମାନଙ୍କ ପାଇଁ ଏହା ସେତେଟା ସହଜ ହେଉନି । ଫଳରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ହାଇଟେକ୍ ମୋଡକୁ ଚାଲି ଯାଇଛନ୍ତି । କରୋନା ଗାଇଡ୍ ଲାଇନ୍ ଅନୁସାରେ ସାମାଜିକ ଦୂରତା ରକ୍ଷା କରି ଭିର୍ଚୁଆଲ୍ ସେକ୍ସ ସେବା ଯୋଗାଇ ଦେଉଛନ୍ତି କୋଲକାତା, କେରଳ ଏବଂ ପୁନେର ଅଧିକାଂଶ ଦେହଜୀବୀ ।

ହାଇଟେକ୍ ଯୁଗରେ ଡିଜିଟାଲ୍ ଇଣ୍ଡିଆ । ଆଉ ଏବେ ଲକ୍ ଡାଉନ୍ ବେଳେ ଚାଲିଛି ଭିର୍ଚୁଆଲ୍ ସେକ୍ସ, ମାନେ ଫୋନରେ ଅଡିଓ-ଭିଜୁଆଲ୍ ମାଧ୍ୟମରେ ଦେହ ବେପାର । ଗ୍ରାହକ ଓ ଦେହଜୀବୀ ସଚେତନ, ଆଉ ସେପଟେ ରେଡ୍ ଲାଇଟ୍ ଏରିଆ ଉପରେ ପୋଲିସ୍ ଏବଂ ପ୍ରଶାସନର ତୀକ୍ଷ୍ଣ ନଜର । ଦେଶର ସବୁଠାରୁ ବଡ଼ ରେଡ୍ ଲାଇଟ୍ ଏରିଆ, କୋଲକାତା ସୋନାଗାଛିର ଦେହଜୀବୀଙ୍କ ଦୁଃଖ କହିଲେ ନସରେ । ଏଠି ପାଖାପାଖି 7 ହଜାର ଦେହଜୀବୀ ଥିବା ବେଳେ ଆଉ 3 ହଜାର ଦୈନିକ ଯାଆ-ଆସ କରିଥାନ୍ତି । କିନ୍ତୁ ପାଖାପାଖି 4 ମାସରୁ ଅଧିକ ହେବ, ବେପାର ବନ୍ଦ । ଫଳରେ ବାଧ୍ୟ ହୋଇ ସେମାନଙ୍କ ମଧ୍ୟରୁ ଅଧିକାଂଶ ହାଇଟେକ୍ ମୋଡକୁ ଚାଲି ଯାଇଛନ୍ତି । ଫୋନରେ ଗ୍ରାହକଙ୍କୁ ଯୋଗାଇ ଦେଉଛନ୍ତି ଯୌନ ତୃଷ୍ଣା । କିଏ ଯୌନ ଉଦ୍ଦୀପକ ପ୍ରଶ୍ନୋତ୍ତରରେ ଗ୍ରାହକଙ୍କ ସନ୍ତୁଷ୍ଟ କରୁଛି ତ ଆଉ କିଏ ଭିଡିଓ କଲ୍ ମାଧ୍ୟମରେ । ଆଉ ପେମେଣ୍ଟ ହେଉଛି ଡିଜିଟାଲ୍ ମୋଡରେ । ଆଗରୁ ଖୁବ୍ ଅଳ୍ପ ସଂଖ୍ୟକ ଦେହଜୀବୀ, ସେମାନଙ୍କ କିଛି ନିର୍ଦ୍ଦିଷ୍ଟ ଗ୍ରାହକଙ୍କୁ  ଭିର୍ଚୁଆଲ୍ ସେକ୍ସ ସେବା ଯୋଗାଇ ଦେଉଥିଲେ । କିନ୍ତୁ ଲକ୍ ଡାଉନ୍ ବେଳେ ସୋନାଗାଛିର ବହୁ ଦେହଜୀବୀ, ଡିଜିଟାଲ୍ ମୋଡକୁ ଚାଲି ଆସିଥିବା କହିଛନ୍ତି, ସ୍ୱେଚ୍ଛାସେବୀ ସଂଗଠନ ‘ଦରବାର ମହିଳା ସମନ୍ୱୟ ସମିତି’ର ପ୍ରତିଷ୍ଠାତା ସ୍ମରଜିତ୍ ଜାନା । ଅଧ ଘଣ୍ଟାଏର ଭିଡିଓ କଲ୍ ପାଇଁ ଗ୍ରାହକଙ୍କୁ 5 ଶହ ଟଙ୍କା ଦେବାକୁ ପଡୁଛି । କିଛି ଗ୍ରାହକ ବି ସେମାନଙ୍କୁ ଠକି ଦେଉଛନ୍ତି ।

ସୋନାଗାଛି ଭଳି କେରଳର କିଛି ଦେହଜୀବୀ ମଧ୍ୟ ଅନ୍ ଲାଇନ୍ ସେକ୍ସ ମୋଡକୁ ଚାଲି ଆସିଛନ୍ତି । କରୋନା ବେଳେ ସାମାଜିକ ଦୂରତା ବଜାୟ ରଖିବାକୁ କେରଳର ଏଡସ୍ ନିୟନ୍ତ୍ରଣ ସୋସାଇଟି(KSACS) ପକ୍ଷରୁ ରାଜ୍ୟର ଦେହଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି । ତେବେ ବଞ୍ଚିବା ପାଇଁ ନିହାତି ଅର୍ଥ ଆବଶ୍ୟକ କରୁଥିବା କିଛି ଦେହଜୀବୀ, ଭିର୍ଚୁଆଲ୍ ସେକ୍ସର ସାହାରା ନେଉଥିବା କହିଛନ୍ତି, KSACSର ନିର୍ଦ୍ଦେଶକ ଡକ୍ଟର ରମେଶ ଆର୍. । 2018ର ଏକ ଆକଳନ ଅନୁଯାୟୀ, କେରଳରେ 15 ହଜାର 802 ମହିଳା ଏବଂ 11 ହଜାର 707 ଜଣ ପୁରୁଷ ଦେହଜୀବୀ ଥିଲେ । ମହିଳା ଦେହଜୀବୀଙ୍କ ମଧ୍ୟରୁ ଅଧିକାଂଶ ଗରିବ ଶ୍ରେଣୀର ଥିବାରୁ ସେମାନେ ସ୍ମାର୍ଟ ଫୋନ୍ ବ୍ୟବହାର କରୁ ନଥିଲେ, ହ୍ୱାଟସ୍ ଆପ୍ ତ ଦୂରର କଥା । କିନ୍ତୁ ଏବେ ସେମାନଙ୍କ ମଧ୍ୟରୁ କିଛି ଦେହଜୀବୀ ହାଇଟେକ୍ ହୋଇ ଯାଇଛନ୍ତି ।

ମହାରାଷ୍ଟ୍ରରେ କରୋନା ସ୍ଥିତି ଭୟଙ୍କର । ତେଣୁ ଏଭଳି ସ୍ଥିତିରେ ଲକ୍ ଡାଉନ୍ କୋହଳ ହୋଇଥିଲେ ବି ପୁନେର ରେଡ୍ ଲାଇଟ୍ ଏରିଆ ‘ବୁଧୱାର୍ ପେଟ୍’ରେ ଗ୍ରାହକଙ୍କ ଛାଇ ପଡୁନି । ଏଠି ପାଖାପାଖି 3 ହଜାର ଦେହଜୀବୀ ରୁହନ୍ତି । କିନ୍ତୁ ଲକ୍ ଡାଉନ୍ ଯୋଗୁଁ ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ନିଜ ଘରକୁ ଚାଲି ଯାଇଥିବା ବେଳେ ଆଉ କିଛି, ସେମାନଙ୍କ ଗ୍ରାହକଙ୍କୁ ଫୋନ୍ ସେକ୍ସ ସେବା ଯୋଗାଇ ଦେଉଥିବା କହିଛନ୍ତି, ସେଠାକାର ସ୍ୱେଚ୍ଛାସେବୀ ସଂଗଠନ ‘ସହେଲୀ ସଙ୍ଗ’ର ଏକଜିକ୍ୟୁଟିଭ୍ ଡିରେକ୍ଟର ତେଜସ୍ୱୀ ସେବେକାରୀ । ଗ୍ରାହକଙ୍କ ସହ ମିଶିବା ପୂର୍ବରୁ ଷ୍ଟାଣ୍ଡାର୍ଡ୍ ଅପରେଟିଂ ପ୍ରୋସିଜିଓର ବା SOP ପାଳନ କରିବାକୁ ଦେହଜୀବୀମାନଙ୍କୁ ପରାମର୍ଶ ଦେଇଛି ‘ସହେଲୀ ସଂଗ’ । କିଛି ଦେହଜୀବୀ ଥର୍ମାଲ୍ ସ୍କାନର୍ କିଣି ରଖିଥିବା ବେଳେ ଗ୍ରାହକଙ୍କ ପାଇଁ ଦୁଆର ମୁହଁରେ ଫୁଟ୍ ଅପରେଟେଡ୍ ସାନିଟାଇଜର୍ ଡିସପେନସର୍ ଥୋଇଛନ୍ତି । କଣ୍ଡୋମ୍ ସହ ମୁହଁରେ ମାସ୍କ ଏବଂ ହାତରେ ଗ୍ଲୋଭସ୍ କୁ ବାଧ୍ୟତାମୂଳକ କରାଯାଇଛି । ତେବେ ଜ୍ୱର କିମ୍ବା କଫ ଥିଲେ ଗ୍ରାହକଙ୍କୁ ଘରେ ପଶିବାକୁ ଅନୁମତି ନଦେବାକୁ ‘ବୁଧୱାର୍ ପେଟ୍’ର ଦେହଜୀବୀଙ୍କୁ ପରାମର୍ଶ ଦେଇଛି ସ୍ୱେଚ୍ଛାସେବୀ ସଂଗଠନ ‘ସହେଲୀ ସଂଗ’ ।

କରୋନା ପାଇଁ ଭିର୍ଚୁଆଲ୍ ମୋଡରେ ସାରା ବିଶ୍ୱ । ନେତା-ମନ୍ତ୍ରୀଙ୍କ ସମ୍ବୋଧନ ହେଉ ବା ରାଜନୈତିକ ଦଳର ପ୍ରଚାର କିମ୍ବା ମିଟିଂ, ପୁଣି ସରକାରୀ କାର୍ଯ୍ୟକ୍ରମ ହେଉ ବା ବେସରକାରୀ… ସବୁ ଏବେ ଭିର୍ଚୁଆଲରେ ଚାଲିଛି । ଦେଶରେ ଅଶ୍ଳୀଳ ୱେବସାଇଟକୁ ସରକାର ବ୍ୟାନ୍ କରିଛନ୍ତି କିନ୍ତୁ ଲକ୍ ଡାଉନ୍ ବେଳେ ୱାର୍କ ଫ୍ରମ୍ ହୋମ୍ ଶୈଳୀରେ ଚାଲିଛି ଦେହଜୀବୀ-ଗ୍ରାହକ ସନ୍ତୁଷ୍ଟୀକରଣ ।

 କୋରାନା ପାଇଁ ମାର୍ଚ୍ଚରୁ ଲାଗୁ ହେଲା ଲକ୍ ଡାଉନ୍ । ଆଉ ତା ପରେ ପରେ ଆରମ୍ଭ ହୋଇଗଲା ୱାର୍କ ଫ୍ରମ୍ ହୋମ୍ ବା ଘରୁ ଥାଇ କାମ କରିବା ପ୍ରକ୍ରିୟା । ଯାହା ପ୍ରକାରାନ୍ତରେ ସେକ୍ସୁଆଲ୍ ୱେଲନେସ୍ ଇଣ୍ଡଷ୍ଟ୍ରିର ବିକ୍ରିରେ ବହୁ ମାତ୍ରାରେ ବୃଦ୍ଧି ଆଣିଛି । ମାସ୍କ, ମେଡିସିନ୍ ଏବଂ ଖାଦ୍ୟ ଭଳି କଣ୍ଡୋମ୍, କଂଟ୍ରାସେପଟିଭ୍ ଏବଂ ଆଡଲ୍ଟ ସେକ୍ସ ଟଏର ଚାହିଦା ଆମ ଦେଶରେ ଯଥେଷ୍ଟ ବଢ଼ିଛି । ବିଭିନ୍ନ ସେକ୍ସୁଆଲ୍ ୱେଲନେସ୍ ଇଣ୍ଡଷ୍ଟ୍ରିର ପ୍ରଡକ୍ଟ ଉପରେ   ‘ଅନୁସନ୍ଧାନ’ ଶହେ ପ୍ରତିଶତ ବଢ଼ିଥିବା ବେଳେ ବିକ୍ରି ପୂର୍ବାପେକ୍ଷା 24ରୁ 28 ପ୍ରତିଶତ ବୃଦ୍ଧି ପାଇଛି । ବିଭିନ୍ନ ଇ-କମର୍ସ ସଂସ୍ଥାର ତଥ୍ୟ ଅନୁସାରେ ଲକ୍ଷ୍ନୌ ଏ କ୍ଷେତ୍ରରେ ଦେଶରେ ଏକ ନମ୍ବରରେ ଥିବା ବେଳେ ତା ପଛକୁ କ୍ରମାନ୍ୱୟରେ ରହିଛନ୍ତି ପୁନେ, ବେଙ୍ଗଳୁରୁ, ଦିଲ୍ଲୀ, ଚେନ୍ନାଇ ଏବଂ ମୁମ୍ବାଇ । କାଲିଫର୍ଣ୍ଣିଆର ସେକ୍ସୁଆଲ୍ ୱେଲନେସ୍ ଇଣ୍ଡଷ୍ଟ୍ରି, ‘ଆଇଏମ୍ ବେଶରମ୍’ ସପ୍ତାହକୁ ପାଖାପାଖି 2 ହଜାର ଅର୍ଡର ସପ୍ଲାଏ କରିଥାଏ । ଆଉ ପ୍ରତି ଅର୍ଡରର ମୂଲ୍ୟ 4ରୁ 5 ହଜାର ଟଙ୍କା ହୋଇଥାଏ । କିନ୍ତୁ ଜୁନ୍ ଦ୍ୱିତୀୟ ସପ୍ତାହରେ ପାଖାପାଖି 4 ହଜାର ଅର୍ଡର ସପ୍ଲାଏ ହୋଇଛି । ପ୍ରତି ଅର୍ଡରର ମୂଲ୍ୟ ପାଖାପାଖି 6 ହଜାର ଟଙ୍କା ହୋଇଥିବା ବେଳେ ସେଥି ମଧ୍ୟରୁ ଅଧିକାଂଶ ବେଙ୍ଗଳୁରୁ, ଦିଲ୍ଲୀ ଏବଂ ମୁମ୍ବାଇକୁ ପଠା ଯାଇଛି ।

Leave a Reply

Your email address will not be published.

%d bloggers like this: