ଦିଲ୍ଲୀ ବିମାନବନ୍ଦର ନିକଟ ଓଭରବ୍ରିଜ ତଳେ ଫସିଗଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସୋସିଆଲ ମିଡିଆ ଭାଇରାଲ ହେଉଛି ଭିଡିଓ । ଭିଡିଓରେ ଦେଖିବାକୁ ମିଳିଛି ଓଭରବ୍ରିଜ ତଳେ ଫସିରହିଛି ଏୟାର ଇଣ୍ଡିଆର ବିମାନ । ରବିବାର ଭିଡିଓ ଏବେ ଭାଇରାଲେ ହେବାରେ ଲାଗିଛି ।

ଦିଲ୍ଲୀ ବିମାନବନ୍ଦର ବାହାରେ ଦିଲ୍ଲୀ-ଗୁରୁଗ୍ରାମ ହାଇୱେରେ ଏକ ଫୁଟ ଓଭରବ୍ରିଜ ତଳେ ଏୟାର ଇଣ୍ଡିଆର ଏକ ବିମାନ ଫସିଯାଇଛି । ଏହାର ଫଟୋ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି । ବିମାନ କେମିତି ଫସିଗଲା ବୋଲି ଏମିତି ମଧ୍ୟ ଚର୍ଚ୍ଚା ହେଉଛି । ମାତ୍ର ଏୟାରଲାଇନ ସ୍ପଷ୍ଟ କରିଛି ଯେ, କୌଣସି ବିମାନ ଦୁର୍ଘଟଣା ହୋଇନାହିଁ । ବରଂ ଏକ ପୁରୁଣା ଓ ଖରାପ ହୋଇସାରିଥିବା ବିମାନକୁ ବିକ୍ରି କରାଯାଇଥିଲା ।

ଟ୍ରକ ଯୋଗେ ବିମାନର ମାଲିକ ଏକାୁ ନେଇ ଯିବାବେଳେ ବ୍ରିଜ ତଳେ ଫସିଯାଇଥିଲା । ଜାତୀୟ ଗଣମାଧ୍ୟମରେ ଫଟୋ ଭାଇରାଲ ହେବା ପରେ ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ, ଏହା ଏକ ପୁରୁଣା, ଖରାପ ହୋଇସାରିଥିବା ବିମାନ । ଏହାକୁ ବହୁ ଦିନ ପୂର୍ବରୁ ବିକ୍ରି କରାଯାଇଥିଲା । ଏଥିରେ ଆଉ ଅଧିକ ସୂଚନା ନାହିଁ । କାରଣ ଏହାକୁ ଯିଏ କିଣିଥିଲେ, ସେ ନେଇକି ଯାଉଥିଲେ ।

Leave a Reply

Your email address will not be published. Required fields are marked *