ପୋଲିସ ବର୍ବରତା ବିରୋଧରେ ପ୍ରଦର୍ଶନ ବେଳେ ଫ୍ରାନ୍ସରେ ହିଂସା, ୨୨ ଗିରଫ
ପ୍ୟାରିସ, (ଓଡିଶା ଟାଇମ୍) : ପୋଲିସ ବର୍ବରତା ବିରୋଧରେ ଶନିବାର ରାଜଧାନୀ ପ୍ୟାରିସରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ବେଳେ ଉପଦ୍ରବକାରୀ ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା କରିଛନ୍ତି। ଉପଦ୍ରବକାରୀଙ୍କୁ ଘଉଡାଇବା ଲାଗି ରିୟୋଟ ପୋଲିସ ଲୁହବୁହା ବାସ୍ପ ପ୍ରୟୋଗ କରିବା ସହ ଫାଙ୍କା ଗୁଳି ଚଳାନା କରିବାକୁ ବାଧ୍ୟ ହୋଇଥିଲା। ଘଟଣାରେ ଫରାସୀ ପୋଲିସ ୨୨ ଜଣ ଉପଦ୍ରବକାରୀଙ୍କୁ ଗିରଫ କରିଛି।
ଫ୍ରାନ୍ସ ସରକାର ନିକଟରେ ନୂଆ ସୁରକ୍ଷା ବିଧେୟକକୁ ପାର୍ଲ୍ୟାମେଣ୍ଟରେ ଉପସ୍ଥାନ କରିଛନ୍ତି। ଏହି ବିଧେୟକରେ ସରକାର ସର୍ଭିଲିଆନ୍ସ ଉପକରଣର ଉପଯୋଗ ବୃଦ୍ଧି ସାଙ୍ଗକୁ ଗଣମାଧ୍ୟମ ଓ ଅନଲାଇନରେ ଲୋକଙ୍କ ପୋଲିସ ଅଧିକାରୀଙ୍କ ଫଟୋ ପ୍ରସାରଣ ଅଧିକାର କାଢି ନେଇଛନ୍ତି। ୨୦୨୨ରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ଆଇନଶୃଙ୍ଖଳା ନିୟନ୍ତ୍ରିତ ରଖିବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଇମାନୁଏଲ ମେକ୍ରନ ଏପରି କଡା ଆଇନ ଆଣିଛନ୍ତି। ଯାହାକୁ ଲୋକେ ଏବେ ସେମାନଙ୍କ ଅଧିକାର ସଂକୋଚନ ବୋଲି ଭାବୁଛନ୍ତି।