କରୋନା ଭୟରେ ଶବକୁ କାନ୍ଧ ଦେଲେନି ଗାଁଲୋକ

ପୁରୀ, (ଓଡିଶା ଟାଇମ୍) : ପୁରୀ ଜିଲ୍ଲା ଗୋପ ବ୍ଲକ୍ ବନାଖଣ୍ଡି ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମାଙ୍କଡ ଗୋରଡି ଗ୍ରାମର ଜଣେ ଯୁବକ ଜ୍ବରରେ ଆକ୍ରାନ୍ତ ହେବାପରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଗାଁ ଲୋକମାନେ କରୋନା ଭୟରେ ତାଙ୍କ ଶବକୁ କାନ୍ଧ ଦେଇ ନଥିବା ଅଭିଯୋଗ ରହିଛି । ଶେଷରେ ପରିବାର ଲୋକମାନେ କୋଣାର୍କ ଏନଏସି ସାହାଯ୍ୟ ଲୋଡିଥିଲେ । କୋଣାର୍କ ଏନଏସି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ରିକ୍ସା ସାହାଯ୍ୟରେ ଶବକୁ ମଶାଣି ପର୍ଯ୍ୟନ୍ତ ନିଆଯାଇଥିଲା । କୋଣାର୍କ NACର କର୍ମଚାରୀମାନେ ଏହି ଶବକୁ ଗାଁ ମଶାଣିକୁ ନେବା ଦେଖିବାକୁ ମିଳିଥିଲା ।

ସୂଚନାଅନୁସାରେ, ବିଚିତ୍ର ରାଉତ ଜ୍ବରରେ ଆକ୍ରାନ୍ତ ହେବା ପରେ ପରିବାର ପକ୍ଷରୁ ଗତ ୪ ତାରିଖରେ ଗୋପ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଗୋପ ଡାକ୍ତର  ୫ ତାରିଖରେ କରୋନା ଟେଷ୍ଟ ପାଇଁ କୋଣାର୍କ କୋଭିଡ୍ ଟେଷ୍ଟ ସେଣ୍ଟରକୁ ପଠାଇଥିଲେ । କିନ୍ତୁ ୫ ତାରିଖରେ ବିଚିତ୍ରଙ୍କ ନିଜ ବାସଭବନରେ ମୃତ୍ୟୁ ହୋଇଥିଲା । ବିଚିତ୍ର ଶବକୁ ମଶାଣିକୁ ନେବାପାଇଁ କୌଣସି ଗାଁର ଲୋକେ ଆସିନଥିଲେ । ଫଳରେ ତାଙ୍କ ବାପା କୋଣାର୍କ ଏନଏସି ସାହାଯ୍ୟ ଲୋଡିଥିଲେ ।

Leave a Reply

Your email address will not be published.