ପୋଲିସ ପଞ୍ଝାରେ ବିକାଶ ଦୁବେ
କାନପୁର, (ଓଡିଶା ଟାଇମ): କାନପୁର ସୁଟ୍ଆଉଟ୍ର ମାଷ୍ଟରମାଇଣ୍ଡ ବିକେଶ ଦୁବେ ଗିରଫ । ମଧ୍ୟପ୍ରଦେଶର ଉଜ୍ଜେନରୁ ଗିରଫ କଲା ପୋଲିସ । ଜୁଲାଇ ୨ତାରିଖରେ କାନପୁରରେ ଘଟିଥିବା ସୁଟ୍ଆଉଟ୍ ଘଟଣାର ମାଷ୍ଟରମାଇଣ୍ଡ ଥିଲା ବିକାଶ ଦୁବେ । ଦୀର୍ଘ ଦିନ ହେଲା ପୋଲିସ ବିକାଶ ଦୁବେକୁ ଖୋଜୁଥିଲା । ଶେଷରେ ଆଜି ପୋଲିସ ବିକାଶକୁ ମଧ୍ୟପ୍ରଦେଶରୁ ଗିରଫ କରିଛି ।
କାନପୁର ଗୁଳିକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲା ବିକାଶ । ଆଠ ଜଣ ପୋଲିସ କର୍ମଚାରୀଙ୍କ ହତ୍ୟାକଣ୍ଡ ପରେ ସେ ଫେରାର ଥିଲା । ପୋଲିସ କର୍ମଚାରୀଙ୍କ ହତ୍ୟାକାଣ୍ଡ ଘଟଣାର ୭ଦିନ ପରେ ଗିରଫ ହୋଇଛି ବିକାଶ । ବିକାଶ ଦୁବେ ଗିରଫ ନେଇ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ତାଙ୍କୁ ଗିରଫ କରାଯାଇଥିବା ବେଳେ ବିକାଶ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ନଥିବା ସୂଚନା ରହିଛି । ଗତକାଲି ଏନକାଉଣ୍ଟରେ ବିକାଶର ସହଯୋଗୀ ଅମରର ମୃତ୍ୟୁ ହୋଇଥିଲା ।