ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସଞ୍ଜୁକ୍ତା ଦାଶଙ୍କ ଘରେ ଭିଜିଲାନ୍ସ ଚଢାଉ

ଜଗତସିଂହପୁର,(ଓଡିଶା ଟାଇମ୍) : ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସଞ୍ଜୁକ୍ତା ଦାଶଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ କରିଥିବା ଜଣାପଡିଛି। ଜିଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ସଞ୍ଜୁକ୍ତା ଦାସଙ୍କ ଘର ସମେତ ୪ ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରିଛି।

କଟକ ଓ ଜଗତସିଂହପୁର ଜିଲାର ବିଭିନ୍ନସ୍ଥନରେ ଭିଜିଲାନ୍ସ ଟିମ୍‌ର ପ୍ରାୟ ୩୦ ଜଣ ସଦସ୍ୟ ଚଢଉ ଜାରି ରଖିଛନ୍ତି।  ସଞ୍ଜୁକ୍ତାଙ୍କ ଗାଁ ସାତପୁରା, ପାଣିଶାଳିଆ ଓ କଟକ ମହାନଦୀବିହାରରେ ଥିବା ଘରେ ଭିଜିଲାନ୍ସ ଚଢାଉ ଜାରିରଖିଛି।

Leave a Reply

Your email address will not be published. Required fields are marked *