ଭିଜିଲାନ୍ସ ପଞ୍ଝାରେ ଜିଆରଏସ
ଫୁଲବାଣୀ, (ଓଡିଶା ଟାଇମ୍) : ଫୁଲବାଣୀ ଜିଲା କୋଷାଗାରର ବରିଷ୍ଠ କିରାଣୀ ଅରୁପ କୁମାର ମିଶ୍ର ୩ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବ୍ରହ୍ମପୁର ଡିଭିଜନ୍ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ଫୁଲବାଣୀରେ ଅବସରପ୍ରାପ୍ତ ସହକାରୀ ମତ୍ସ୍ୟସମ୍ପଦ ଅଧିକାରୀ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ଏରିଅର୍ ବିଲ୍ କରାଇ ଦେବା ପାଇଁ ତାଙ୍କଠାରୁ ୩ହଜାର ଟଙ୍କା ବରିଷ୍ଠ କିରାଣୀ ଅରୁପ କୁମାର ମିଶ୍ର ଦାବି କରିଥିଲେ। ଆଜି ଅବସରପ୍ରାପ୍ତ ସହକାରୀ ମତ୍ସ୍ୟସମ୍ପଦ ଅଧିକାରୀ ପ୍ରମୋଦ କୁମାର ପାଣିଗ୍ରାହୀଙ୍କଠାରୁ ବରିଷ୍ଠ କିରାଣୀ ଅରୁପ କୁମାର ମିଶ୍ର ୩ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ବରିଷ୍ଠ କିରାଣୀ ଅରୁପ କୁମାର ମିଶ୍ରଙ୍କ ଉଭୟ ହାତ ଧୋଇବା ପରେ କେମିକାଲ୍ ପ୍ରତିକ୍ରିୟା ପଜିଟିଭ୍ ଆସିଥିଲା ଏବଂ ଲାଞ୍ଚ ନେଇଥିବା ୩ହଜାର ଟଙ୍କା ତାଙ୍କ ସାର୍ଟ ପକେଟରୁ ଜବତ କରାଯାଇଥିଲା।
ଏ ସଂକ୍ରାନ୍ତରେ ବ୍ରହ୍ମପୁର ଭିଜିଲାନ୍ସ ପିଏସ୍ କେସ୍ ନଂ ୧୦/୨୦୨୦ ତା ୨୧.୦୮.୨୦୦ରେ ଏକ ମାମଲ ରୁଜୁ କରାଯାଇଛି।