ଗିରଫ ହେଲେ କୋଟିପତି କାର୍ତ୍ତିକେଶ୍ବର ରାଉଳ

ଭୁବନେଶ୍ବର, (ଓଡିଶା ଟାଇମ୍): ଗିରଫ ହେଲେ କୋଟିପତି ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ। ଭଞ୍ଜନଗର କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ ଗିରଫ ହୋଇଛନ୍ତି। କାର୍ତ୍ତିକେଶ୍ବରଙ୍କୁ ଗିରଫ ପରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି।

ସେପଟେ କାର୍ତ୍ତିକେଶ୍ବରଙ୍କ ଦ୍ବିତୀୟ ପତ୍ନୀଙ୍କ ଘରୁ ଜବତ ହୋଇଥିଲା ନଗଦ ୨ କୋଟି ୫୦ ଲକ୍ଷ ଟଙ୍କା। ଭିଜିଲାନ୍ସ ଇତିହାସରେ ପୂର୍ବରୁ କେବେ ଏତେ ପରିମାଣର ନଗଦ ଟଙ୍କା ଜବତ ହୋଇନଥିଲା। ତାଙ୍କର ଜବତ ସଂପତ୍ତିର ପରିମାଣ ୪ କୋଟି ୭୬ ଲକ୍ଷ ଟଙ୍କା ଆକଳନ କରାଯାଇଛି। ଜବତ ସଂପତ୍ତି ଭିତରେ ନଗଦ ଟଙ୍କା ସହିତ ସୁନା ଗହଣା, ଏକାଧିକ ଘର ଓ ପ୍ଲଟ୍ ସାମିଲ ଅଛି। ତେବେ ତାଙ୍କର ଏତିକି ସମ୍ପତ୍ତି ଅଛି । ନା ଆଗକୁ ଆହୁରୀ ଅନେକ ଗୁପ୍ତ ତଥ୍ୟର ସୂଚନା ମିଳିବ । ସେନେଇ ଖୋଲତାଡ଼ କରୁଛି କ୍ରାଇମ୍‌ବ୍ରାଞ୍ଚ ।

Leave a Reply

Your email address will not be published. Required fields are marked *