ଭିଜିଲାନ୍ସ ଜାଲରେ ଫ୍ୟାକ୍ଟ୍ରି ଆଣ୍ଡ ବଏଲରସ୍ ଉପ-ନିର୍ଦ୍ଦେଶକ

ଭୁବନେଶ୍ବର, (ଓଡିଶା ଟାଇମ୍):  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବରର ଜଣେ ବରିଷ୍ଠ ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡିଥିବା ଜଣାପଡ଼ିଛି। ଫ୍ୟାକ୍ଟ୍ରିଜ୍ ଏଣ୍ଡ ବଏଲସ୍ ଡେପୁଟି ଡାଇରେକ୍ଟର ରମେଶ ବେହେରାଙ୍କ ଭୁବନେଶ୍ବର ସ୍ଥିତ ଘର ଏବଂ ଅଫିସରେ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି। ରମେଶଙ୍କ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରୁଥିବା ସୂଚନା ମିଳିଛି। 

ଓଡ଼ିଶାର ୫ଟି ସ୍ଥାନରେ ଓ ପଣ୍ଡିଚେରୀରେ ଥିବା ଘରେ ଏକକାଳୀନ ଚଢ଼ାଉ ଜାରି ରହିଛି ।  ଭୁବନେଶ୍ବର ଓ କଟକ ସ୍ଥିତ ଅଫିସ ରୁମ୍‌, ଭୁବନେଶ୍ବର ଘାଟିକିଆ ସ୍ଥିତ ବାସଭବନ, କଟକ ସିଡିଏ ସ୍ଥିତ ପ୍ଲଟ୍, କଟକ ପିଲିଗ୍ରୀମ୍ ରୋଡସ୍ଥିତ ଶ୍ବଶୁର ଘର, ଯାଜପୁର କୋରେଇସ୍ଥିତ ଘର ଏବଂ ପଣ୍ଡିଚେରୀରେ ଥିବା ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି ।

Leave a Reply

Your email address will not be published.