ଭିଜିଲାନ୍ସ ଜାଲରେ ଡ୍ରଗ୍ସ ମାଫିଆଙ୍କ ଲିଙ୍କରେ ନିଲମ୍ବିତ ଜଳେଶ୍ବର ଥାନା ଆଇଆଇସି
ଭୁବନେଶ୍ବର, (ଓଡିଶା ଟାଇମ୍): ବାଲେଶ୍ବରରେ ପୁଲିସ-ଡ୍ରଗ୍ସ ବ୍ୟବସାୟୀ ଅଡିଓ ଭାଇରାଲ ପ୍ରସଙ୍ଗରେ ନିଲମ୍ବିତ ଜଳେଶ୍ବର ଥାନା ଆଇଆଇସି ଧନେଶ୍ବର ସାହୁଙ୍କ ଜଳେଶ୍ବର ସରକାରୀ କ୍ବାର୍ଟର ସମେତ ୭ଟି ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢାଉ ଚାଲିଥିବାର ଖବର ମିଳିଛି। ଧନେଶ୍ବର ସାହୁଙ୍କ କଟକ ଜିଲ୍ଲାର ନରସିଂହପୁରରେ ଥିବା ପୈତୃକ ଘର, ଶ୍ବଶୂର ଘର କଟକ ଓ ଭୁବନେଶ୍ବରରେ ଥିବା ଘର ଆଦିଠାରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି। ଧନେଶ୍ବର ସାହୁଙ୍କ କଟକ ଜିଲ୍ଲାର ନରସିଂହପୁରରେ ଥିବା ପୈତୃକ ଘର, ଶ୍ବଶୂର ଘର କଟକ ଓ ଭୁବନେଶ୍ବରରେ ଥିବା ଘର ଆଦିଠାରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି। ଭିଜିଲାନ୍ସ ଟିମ୍ ଧନେଶ୍ୱରଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ କରିବ।
ସୂଚନାଯୋଗ୍ୟ ଡ୍ରଗ୍ସ ମାଫିଆଙ୍କଙ୍କୁ ଟଙ୍କା ମାଗିବା ସମ୍ପର୍କିତ ଏକ ଅଡ଼ିଓ ଭାଇରାଲ୍ ହୋଇଥିଲା । ତାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଗତ ୧୫ ତାରିଖରେ ଜଳେଶ୍ବର ଥାନା ଆଇଆଇସି ଧନେଶ୍ବର ସାହୁଙ୍କ ବିରୁଦ୍ଧରେ ପୁଲିସ୍ ଡିଜି ଅଭୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବାଲେଶ୍ବର ଜିଲାର ଜଳେଶ୍ବର ଥାନା ଆଇଆଇସି ଧନେଶ୍ବର ସାହୁଙ୍କୁ ପୁଲିସ ଡିଜି ଅଭୟ ନିଲମ୍ବନ କରିଥିଲେ। ନିଲମ୍ବନ ପରେ ମଧ୍ୟ ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ହୋଇଥିଲା। ଏବେ ଭିଜିଲାନ୍ସ ସ୍କାନରରେ ଅଛନ୍ତି ଧନେଶ୍ୱର ।