ଭିଜିଲାନ୍ସ ଜାଲରେ ଜିଆର୍ଏସ୍
ଭୁବନେଶ୍ବର, (ଓଡିଶା ଟାଇମ୍) : ଭିଜିଲାନ୍ସ ଜାଲରେ ଜିଆର୍ଏସ୍ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆର୍ଏସ୍ ହିମାଞ୍ଚଳ ବାଘଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଏକକାଳୀନ ବିଭିନ୍ନ ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।
ଖବର ଅନୁଯାୟୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ଉମରକୋଟର ଭଣ୍ଡାରୀଗୁଡା ଓ ସିଂସାରି ପଞ୍ଚାୟତ ଜିଆରଏସ୍ଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଭିଜିଲାନ୍ସର ୩ଟି ଟିମ୍ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି । ଭିଜିଲାନ୍ସର ଏହି ୩ଟି ଟିମ୍ର ପ୍ରାୟ ୧୫ଜଣ ସାମିଲ ରହିଛନ୍ତି ।
ଏକାକାଳୀନ ଜିଆର୍ଏସ୍ ହିମାଞ୍ଚଳ ବାଘଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି ଭିଜିଲାନ୍ସ । ଘରୁ ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ଭିଜିଲାନ୍ସ । ତେବେ ବର୍ତ୍ତମାନ ସୁଦ୍ଧା ରେଡ୍ ନେଇ ଅଧିକ ତଥ୍ୟ ହସ୍ତଗତ ହୋଇନାହିଁ ।