ଭିଜିଲାନ୍ସ ଜାଲରେ ପୌର ନିର୍ବାହୀ ଅଧିକାରୀ
ଭୁବନେଶ୍ଵର, (ଓଡିଶା ଟାଇମ୍) : ଭିଜିଲାନ୍ସ ଜାଲରେ ଦେବଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ। ଦେବଗଡ଼ ପୌରାଞ୍ଚଳର ନିର୍ବାହୀ ଅଧିକାରୀ କୁଞ୍ଜବନ ପ୍ରଧାନଙ୍କ ଭିଜିଲାନ୍ସ ରେଡ୍ । ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଜାରି ।
ସୂଚନାଯୋଗ୍ୟ ଯେ, ବ୍ରଜରାଜନଗର ରାଜପୁର କଟାପାଲିରେ ଥିବା କୁଞ୍ଜବନଙ୍କ ଘରେ ଭିଜିଲାନ୍ସ ର ଏକ ଟିମ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଦେବଗଡ଼ ପୌର ପରିଷଦ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ ବନ୍ଧବାହଲରେ ଥିବା ଶ୍ବଶୁର ଘରକୁ ମିଶାଇ ୪ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢ଼ାଉ।
ଏହି ଚଢ଼ାଉ ଭିଜିଲାନ୍ସ ଡ଼ିଏସପି ବୀରେନ୍ଦ୍ର ନାଏକ ଓ ଦାଶରଥି ସେଠୀ ଙ୍କ ନେତୃତ୍ୱରେ ଚାଲିଥିବା ବେଳେ ୪ଟି ପୃଥକ ଟିମ ର ସଦସ୍ୟ ଚଢ଼ାଉ ଜାରୀ ରଖିଛନ୍ତି। ସଂଧ୍ୟା ସୁଦ୍ଧା ସଂପତ୍ତି ର ତଥ୍ୟ ମିଳି ପାରିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।