ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍
ଭୁବନେଶ୍ବର, (ଓଡିଶା ଟାଇମ୍): ଗୋପାଳପୁର ବିଧାୟକ ତଥା ବିଜେଡିରୁ ବହିଷ୍କୃତ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ । କେବଳ ସେତିକି ନୁହେଁ ତାଙ୍କ ସହଯୋଗୀ ଓ ସମର୍କୀୟଙ୍କ ସମେତ ୧୫ ଜଣଙ୍କ ଘର ଉପରେ ଚଢାଉ କରିଛି ଭିଜିଲାନ୍ସ ଟିମ । ତେବେ ସକାଳୁ ସକାଳୁ ଅତର୍କିତ ଚଢ଼ାଉ କରିଛି କଟକ ଭିଜିଲାନ୍ସ ବିଭାଗ ।
ଚଢ଼ାଉ ତାଲିକାରେ ରହିଛି ସହର ଏବଂ ସହର ଉପକଣ୍ଠ ଅଂଚଳ । ବର୍ତ୍ତମାନ ୩ଟି ସ୍ଥାନରେ ଚଡାଉ ହୋଇଥିବା ବେଳେ ବହୁତ ଜଲଦି ଅନ୍ୟ ସହଯୋଗୀଙ୍କ ଘରେ ଚଡ଼ାଉ କରାଯିବ ବୋଲି ଜଣାପଡ଼ିଛି । ରେଡ୍ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ଏବେ ବି ଚଢ଼ାଉ ଜାରି ରହିଛି ।