ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ
ଭୁବନେଶ୍ବର, (ଓଡିଶା ଟାଇମ୍) : ଜିପିଏଚ ଡ଼ିଭିଜନ-୨ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ମଙ୍ଗଳବାର ଜଣାପଡିଛି। ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଡାଉ କରିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗେରେ ମୋଟ ୬ଟି ସ୍ଥାନରେ ଚଢାଉ କରାଯାଇଛି।
ନୟାପଲ୍ଲୀ, ନୂଆଗାଁ, ବାଲିଅନ୍ତା, ନହରକଣ୍ଟା, ୟୁନିଟ-୩ କାର୍ଯ୍ୟାଳୟ ମଧ୍ୟ ଚଢାଉ ଜାରି ରହିଛି। ବ୍ରହ୍ମପୁର ସ୍ଥିତ ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ ଜାରି ରହିଛି।