ଭିଜିଲାନ୍ସ ଜାଲରେ କୃଷି ବିଭାଗର କର୍ମଚାରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ କୃଷି ବିଭାଗ କର୍ମଚାରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ। ସୂଚନାଅନୁଯାୟୀ, ସୁନ୍ଦରଗଡର ଅବସରପ୍ରାପ୍ତ କୃଷି ବିଭାଗ କର୍ମଚାରୀ ଫକୀର କର୍ଣ୍ଣଙ୍କ ସୁନ୍ଦରଗଡସ୍ଥିତ ବାସଭବନ ସମେତ ଏକା ସାଙ୍ଗରେ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ବରଗଡ଼ ଅତାବିରା ଏବଂ ଭୁବନେଶ୍ବରରେ ଥିବା ବାସଭବନରେ ଭିଜିଲାନ୍ସ ମଧ୍ୟ ଚଢ଼ାଉ ଜାରି ରଖିଛି। ସୁନ୍ଦରଗଡରେ ତାଙ୍କ ସ୍ତ୍ରୀଙ୍କ ନା ରେ ଥିବା ଏଏନଏମ, ଜିଏନଏମ ତଥା ମହେଶ୍ବରୀ ସାଇନ୍ସ କଲେଜରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ତେବେ କେତେ ସମ୍ପତ୍ତି ଯବତ ହୋଇଛି ତାହା ସ୍ପଷ୍ଟ ହୋଇନି ।

Leave a Reply

Your email address will not be published.