ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ପଣ୍ୟାଗାର ଭାରପ୍ରାପ୍ତ ଅଧିକ୍ଷକ

ବଲାଙ୍ଗୀର, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ପଣ୍ୟାଗାର ଭାରପ୍ରାପ୍ତ ଅଧିକ୍ଷକ । ଭାରପ୍ରାପ୍ତ ଅଧିକ୍ଷକ ଗଣପତି ପୁରୋହିତଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି । ଗଣପତିଙ୍କ ବଲାଙ୍ଗୀର ପେଲେସଲାଇନ୍ ବାସଭବନ ସମେତ ଏକକାଳୀନ ଚାରୋଟି ସ୍ଥାନରେ ଚଢାଉ । ନଗଦ ଟଙ୍କା, ସୁନା ଗହଣା, ବ୍ୟାଙ୍କ ଜମା ସହ ଚାରୋଟି ମୂଲ୍ୟବାନ କୋଠା ଠାବ ହୋଇଛି ।

ଗଣପତି ପୁରୋହିତଙ୍କ ସ୍ଥାବର ,ଅସ୍ଥାବର ସମ୍ପତ୍ତିର ଆକଳନ କରୁଛି । ବଲାଙ୍ଗିର ସହରର ଇଚ୍ଛାପଡା, ପେଲେସ ଲାଇନ୍ ଓ ରାଜେନ୍ଦ୍ର ପଡାରେ ଗଣପତି ପୁରୋହିତଙ୍କ ରହିଛି ବଡ ବଡ ଦୁଇ ମହଲା କୋଠା । ଗଣପତି ପୁରୋହିତ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୨୦୦୯ରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିଲା । ସେ ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧୀନ ରହିଛି ।

ଏସବୁ ସତ୍ତ୍ବେ ଗଣପତି ବାବୁ ଙ୍କ କହିବା କଥା ହେଲା ତାଙ୍କ ପରିବାର ର ସମସ୍ତେ ଚାକିରିଆ, ରୋଜଗାର ଅଛି । ପରିବାରର ଆୟକୁ ସେ ସୁରକ୍ଷିତ ସ୍ଥାନରେ ନିବେଶ କରିଛନ୍ତି ଏଥିରେ ତାଙ୍କର କିଛି ଭୁଲ୍ ନାହିଁ । ଅପର ପାର୍ଶ୍ୱରେ ଭିଜିଲାନ୍ସ କୋଠା ବାଡି ର ମାପଜୁପ ପରେ ବହୁ ବ୍ୟାଙ୍କ ଆକାଉଣ୍ଟ କୁ ଜବତ କରିଛି ।

Leave a Reply

Your email address will not be published. Required fields are marked *