ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ
ଭୁବନେଶ୍ବର, (ଓଡିଶା ଟାଇମ୍) : ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ । ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା, ଗୁରୁତର ଅବସ୍ଥାରେ ବିଦ୍ୟାଶ୍ରୀଙ୍କୁ କଟକ ସ୍ଥାନାନ୍ତର ସୂଚନା ।
ସୂଚନା ଅନୁଯାୟୀ, ଫେସବୁକରେ ଲାଇଭ କରି ବିଦ୍ୟାଶ୍ରୀ ନିଦ ବଟିକା ଖାଇଛନ୍ତି । ଉକ୍ତ ଭିଡିଓରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବାରୁ ଆତ୍ମହତ୍ୟା କରୁଥିବା କହିଛନ୍ତି । ଆଦିତ୍ୟଙ୍କ ମୃତ୍ୟୁ ପାଇଁ ଦୋଷ ଦିଆଯଆଉଥିବାରୁ ଏଭଳି ପଦକ୍ଷେପ ନେଇଥିବା କଥା ମଧ୍ୟ କହିଛନ୍ତି। ଗୁରୁତର ଅବସ୍ଥାରେ ବିଦ୍ୟାଶ୍ରୀଙ୍କୁ ଉଦ୍ଧାର କରାଯାଇ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି।