ଭିଜିଲାନ୍ସ ଜାଲରେ ପଶୁ ବିଭାଗ ସିନିୟର ଆକାଉଣ୍ଟାଣ୍ଟ
ଭଞ୍ଜନଗର, (ଓଡିଶା ଟାଇମ୍) :ଭିଜିଲାନ୍ସ ଜାଲରେ ଭଞ୍ଜନଗର ପଶୁ ବିଭାଗର ସିନିୟର ଆକାଉଣ୍ଟାଣ୍ଟ । ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ପେନସନ୍ କରିଦେବା ପାଇଁ ଅବସରପ୍ରାପ୍ତ ଭେଟେନାରୀ ଟେକନିସିଆନ ଜଗବନ୍ଧୁ ସେଠୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ସିନିୟର ଆକାଉଣ୍ଟାଣ୍ଟ ମାନସ ରଞ୍ଜନ ଦାସ ଭିଜିଲାସନ୍ସ ହାତରେ ଧରାପଡିଛନ୍ତି । ବ୍ରହ୍ମପୁରର ଏକ ସତନ୍ତ୍ର ଟିମ୍ ମଙ୍ଗଳବାର ଭଞ୍ଜନଗରରେ ପହଞ୍ଚି ଚଢ଼ାଉ କରି ମାନସଙ୍କୁ ଧରିବା ସହିତ ଭଞ୍ଜନଗର ମୁଖ୍ୟ ଅଫିସରେ ଅଧିକ ତଦନ୍ତ କରୁଛି ।