ଆଜି ଭାଲେଣ୍ଟାଇନ୍ ଡେ’, ପ୍ରେମ ପାଇଁ ଦିନଟିଏ

ଭୁବନେଶ୍ବର, (ଓଡିଶା ଟାଇମ୍) : ସବୁ ଅକୁହା କଥା ସରିଛି। ମନଖୋଲି କହିଦେଇଛନ୍ତି ମନର ମଣିଷକୁ। ଏବେ ସାତଜନ୍ମର ବନ୍ଧନ ପାଇଁ ସମ୍ପର୍କକୁ ସୁଦୃଢ କରିବେ। କିଛି ବାକି ରହିବନି। ପ୍ରେମ… କେବେ ବସନ୍ତର ମୃଦୁ ମଳୟ ପବନ ତ ପୁଣି କେବେ ଶାଶ୍ବତ ଓ ଚିରନ୍ତନ। କେବେ ଏହା ମା’ କୋଳର ଉଷ୍ମତା ଭଳି ମନରେ ଶାନ୍ତି ଭରିଦିଏ ତ’ କେବେ ପ୍ରଥମ ବର୍ଷାର ଛିଟା ପରି ଶରୀରରେ ଶିହରଣ ଖେଳାଇଦିଏ। ପ୍ରେମ, ନା ସୀମା ସରହଦମାନେ ନା କୌଣସି ବା‌ଧାବନ୍ଧନ। ଗୋଲାପ ଦିଆନିଆରୁ ଆରମ୍ଭ ହୋଇଥିବା ଏହି ‌ପ୍ରେମ ପଡିବ ଯବନିକା।

ଯେତିକି ଉତ୍କଣ୍ଠା, ସେତିକି ଆନମନା। ରବିବାର ଛୁଟିଦିନରେ ପଢୁଛି ପ୍ରେମ ଦିବସ ଅର୍ଥାତ ଭାଲେଣ୍ଟାଇନ ଡେ’। ଏନେଇ ସମସ୍ତ ଯୋଜନା ପ୍ରସ୍ତୁତ ସରିଛି। ଡେଟିିଂ ସାଙ୍ଗକୁ ଲଙ୍ଗ ଡ୍ରାଇଭ ଆଉ ପାର୍କ ସାଙ୍ଗକୁ ପର୍ଯ୍ୟଟନସ୍ଥଳିରେ କିଛି କ୍ଷଣ ବସି ନିରୋଳାରେ ପରସ୍ପରକୁ ଭେଟିବେ। ପ୍ରେମ ସପ୍ତାହରର ସ୍ମୃତିକୁ ରୋମନ୍ଥନ କରିବା ଏକ ନୂଆ ସମ୍ପର୍କ ପାଇଁ ପ୍ରତିଶ୍ରୁତିବଦ୍ଧ ହେବେ। ଗୁରୁତ୍ବପୂର୍ଣ୍ଣ କଥା ହେଲା ଚଳିତ ବର୍ଷ କୌଣସି ସଙ୍ଗଠନ ପ୍ରେମୀଯୁଗଳଙ୍କୁ ବିରୋଧ କରିବେ ନାହିଁ। ଏସବୁ ସଙ୍ଗଠନକୁ ପୁଲିସ ପକ୍ଷରୁ ବିରୋଧ କରାଯିବା ସହିତ ପ୍ରେମୀଯୁଗଳଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ। ହେଲେ ସରକାର ଜାରି କରିଥିବା କରୋନା ନିମୟକୁ କଡାକଡି ପାଳନ କରିବାକୁ ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହାଛଡା ବିଭିନ୍ନ ସ୍ଥାନରେ ଏନେଇ ଉତ୍ସବ ଆୟୋଜନ ହେବାର ଅଛି । କିଛି ଅନୁଷ୍ଠାନ ଏହି ଦିବସକୁ ମାତୃପିତୃ ପୂଜନ ଦିବସ ମଧ୍ୟ ପାଳନ କରିବେ।

ଅନ୍ୟପକ୍ଷରେ ରବିବାର ରାଜଧାନୀରେ ପ୍ରାୟ ଶତାଧିକ ବାହାଘର ରହିଛି। ସବୁ ମଣ୍ଡପ ଓ ହୋଟେଲ ବୁକିଂ ସରିଛି। ନବବିବାହିତ ଦମ୍ପତିଙ୍କ ପାଇଁ ସ୍ମରଣୀୟ ହେବ। ଛୁଟିଦିନ ସହିତ ଅନେକ ବାହାଘର ଏବଂ ପ୍ରେମ ଦିବସ ଥିବାରୁ ଟ୍ରାଫିକ ସମସ୍ୟା ଏଡାଇ ଦେଇହେବନି। ଏସବୁକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *