ଆଜି ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜି ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଏସବୁ ଜିଲ୍ଲଗୁଡ଼ିକ ହେଲା ଅନୁଗୋଳ, ବଲାଙ୍ଗିର, ବାଲେଶ୍ବର, ଭଦ୍ରକ, ଢେଙ୍ଗାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ, ସୋନପୁର। କୋଭିସିଲ୍ଡ ଟିକା ଅଭାବରୁ ଏସବୁ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ।

ଆଜି ପର୍ଯ୍ୟନ୍ତ ରାଜ୍ୟରେ ୩୮ ହଜାର ୩୮୦ ଟିକା ମହଜୁଦ ରହିଛି। ତେଣୁ ଟିକାର ଉପଲବ୍ଧତା ଦେଖି କିଛି ଜିଲ୍ଲାରେ ଟିକାକରଣ ଜାରି ରହିବ। ତେବେ କୋଭାକ୍ସିନ ଟିକାକରଣ ଭୁବନେଶ୍ୱରରେ ଚାଲିବ। ଭୁବନେଶ୍ୱରରେ ୬୮ଟି ସ୍ଥାନରେ ଟିକାକରଣ କେନ୍ଦ୍ରରେ ଟିକା ମିଳିବ। ସେହିପରି ରାଜ୍ୟର ୧୯ ଟି ଜିଲ୍ଲାରେ ୨୧୦ଟି କେନ୍ଦ୍ରରେ ଆଜି ଟିକା ଉପଲବ୍ଧ ହେବ। ଜୁଲାଇ ୨ରେ କୋଭିସିଲ୍ଡ ପାଇଁ ଟିକାକାରଣ ଆରମ୍ଭ ହେବା ସମ୍ଭାବନା ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *