ଟିକା ନେଇ ନଥିଲେ ବିଧାନସଭାରେ ‘ନୋ ଏଣ୍ଟ୍ରି’, ନିର୍ଦ୍ଦେଶନାମା ଜାରି କଲେ ବାଚସ୍ପତି

ପାଟଣା, (ଓଡିଶା ଟାଇମ୍):ଟିକା ନେଇନଥିବା ବି‍ଧାୟକଙ୍କୁ ବିଧାନସଭାରେ ନୋ ଏଣ୍ଟ୍ରି । ସଂକ୍ରମଣ ଭୟ ଭିତରେ ଭ୍ୟାକ୍ସିନ ନେବା ବାଧ୍ୟତାମୂଳକ । କରୋନା ଟିକା ନେଇଥିବା ବିଧାୟକଙ୍କୁ ହିଁ ବିହାର ବିଧାନସଭାରେ ପ୍ରବେଶ କରିବାକୁ ଅନୁମତି ମିଳିବ । ବାଚସ୍ପତି ବିଜୟ କୁମାର ସିହ୍ନା ଏକ ନୂତନ ନିର୍ଦ୍ଦେଶ ଜାରି କରିଛନ୍ତି । ବିହାରରେ କିଛି ଦିନ ମଧ୍ୟରେ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହୋଇପାରେ, ଏପରି ସ୍ଥିତିରେ ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ଗୃହ କାର୍ଯ୍ୟରେ ସାମିଲ ହୋଇପାରିବେ ନାହିଁ ।

ବାଚସ୍ପତିଙ୍କ ଏହି ନିର୍ଦ୍ଦେଶ ଦ୍ୱାରା ବିରୋଧୀ ଦଳ ନେତା ଅସୁବିଧାର ସାମ୍ନା କରିପାରନ୍ତି । ତେଜସ୍ୱୀ ଯାଦବ ଏବଂ ତେଜ ପ୍ରତାପ ଯାଦବଙ୍କୁ ଗୃହକୁ ପ୍ରବେଶ କରିବାକୁ ଅନୁମତି ମିଳିନପାରେ । ସଂକ୍ରମଣର ସମ୍ପର୍କରେ ଅବଗତ ଥିଲେ ସୁଦ୍ଦା ଉଭୟ ଏପର୍ଯ୍ୟନ୍ତ ଟିକା ନେଇ ନାହାଁନ୍ତି । ଅନ୍ୟପଟେ ଟିକା ନେବାରେ ସେ ଶେଷ ବ୍ୟକ୍ତି ହେବେ ବୋଲି ତେଜସ୍ୱୀ ଯାଦବ କହିଛନ୍ତି । ସର୍ବପ୍ରଥମେ ସାଧାରଣ ଜନତାଙ୍କ ଟିକାକରଣ କରାଯିବା ଉଚିତ ବୋଲି ସେ ମତ ଦେଇଛନ୍ତି । ଏଥିପାଇଁ ସେ ଆଜି ପର୍ଯ୍ୟନ୍ତ ଟିକା ନେଇନାହାନ୍ତି ।ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତି ବିଜୟ କୁମାର ସିହ୍ନା ସମସ୍ତ ବିଧାୟକଙ୍କୁ ସପରିବାରେ ଟିକା ନେବାକୁ ନିବେଦନ କରିଛନ୍ତି । ଏହା ସହିତ ନିଜ ଅଞ୍ଚଳର ଲୋକଙ୍କୁ ମଧ୍ୟ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି ଉତ୍ସାହିତ କରିବାକୁ କୁହାଯାଇଛି । ଯେଉଁ ବିଧାୟକମାନେ ନିଜ ଅଁଚଳରେ ୮୦ ପ୍ରତିଶତ ଟିକାକରଣ କରାଇନେବେ ତାଙ୍କୁ ବିଧାନସଭାରେ ସମ୍ମାନିତ କରାଯିବ ।

କରୋନା ବିରୋଧୀ ଲଢ଼େଇରେ ଟିକା ସର୍ବୋତ୍ତମ ସୁରକ୍ଷା ବୋଲି କହିଛନ୍ତି ବାଚସ୍ପତି । ଲୋକଙ୍କ ପ୍ରତିନିଧି ହୋଇଥିବାରୁ ଏପରି ସମୟରେ ଦାୟିତ୍ୱ ବଢ଼ିଯାଉଛି । ଏହାକୁ ଦୃଷ୍ଟିରେ ରଖି ଜନ ପ୍ରତିନିଧୀ, ରାଜନୈତିକ, ସାମାଜିକ, ଧାର୍ମିକ କର୍ମକର୍ତ୍ତାଙ୍କ ଦ୍ୱାରା ଟିକାକରଣ ପାଇଁ ଜନତାଙ୍କୁ ଉତ୍ସାହିତ କେଲ ସମାଜ ପ୍ରତି ସକରାତ୍ମକ ସନ୍ଦେଶ ଯିବ ।  କରୋନା ଭୂତାଣୁ ଲଗାତାର ରୂପ ପରିବର୍ତ୍ତନ କରୁଛି ।  ଭାଇରସ୍ ଏବେ ସମସ୍ତଙ୍କ ପାଇଁ ଏକ ସମାଧାନ ହୋଇନଥିବା ପଜଲ୍ ହୋଇ ରହିଯାଇଛି । ଦ୍ୱିତୀୟ ଲହର ପରେ ତୃତୀୟ ଲହରୀର ଅନେକ ସମ୍ଭାବନା ରହିଛି  ।

Leave a Reply

Your email address will not be published. Required fields are marked *