ଭାରତରେ ଦିଆଗଲାଣି ୫.୫ କୋଟି କରୋନା ଡୋଜ୍, ୨୪ ଘଣ୍ଟାରେ ୨୩ ଲକ୍ଷ ଟିକାକରଣ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦେଶରେ ଦ୍ରୁତ ଗତିରେ ଜାରି ରହିଛି କରୋନା ଟିକାକରଣ ପ୍ରକ୍ରିୟା । ରାଷ୍ଟ୍ରୀୟ ଟିକାକରଣ ଅଭିଯାନର ୬୯ତମ ଦିନ ଅର୍ଥାତ ମାର୍ଚ୍ଚ ୨୫ ତାରିଖରେ ଦେଶରେ ୨୩ ଲକ୍ଷ ୫୮ ହଜାର ୭୩୧ କରୋନା ଟିକା ଦିଆଯାଇଛି । ପ୍ରଥମ ଡୋଜ୍ରେ ୨୧ ଲକ୍ଷ ୫୪ ହଜାର ୯୩୪ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ୧ ଲକ୍ଷ ୨୧ ହଜାର ୫୦୩ ଜଣଙ୍କୁ କାରୋନାର ଦ୍ବିତୀୟ ପର୍ଯ୍ୟାୟ ଟିକା ଦିଆଯାଇଛି ।
୪୫ ବର୍ଷରୁ ଉର୍ଦ୍ଧ୍ବ ୪ ଲକ୍ଷ ୬୭ ହଜାର ୮୨୩ ଜଣଙ୍କୁ କରୋନା ଟିକା ଦିଆଯାଇଥିବା ବେଳେ ୬୦ ବର୍ଷରୁ ଉର୍ଦ୍ଧ୍ବ ୧୫ ଲକ୍ଷ ୧୧ ହଜାର ୯୧୦ ଜଣଙ୍କୁ କରୋନାର ପ୍ରଥମ ଡୋଜ୍ ଦିଆଯାଇଛି । ସେହିଭଳି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨,୬୦୮ ସ୍ବାସ୍ଥ୍ୟକର୍ମୀ ଏବଂ ଏକ ଲକ୍ଷ ୬୧ ହଜାର ୧୮୯ ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଦ୍ବିତୀୟ ପର୍ଯ୍ୟାୟ ଡୋଜ୍ ଦିଆଯାଇଛି ।
ଭାରତରେ ବର୍ତ୍ତମାନ ସୁଦ୍ଧା ୮୦ ଲକ୍ଷ ୩୪ ହଜାର ୫୪୭ ଜଣ ସ୍ବାସ୍ଥ୍ୟକର୍ମୀ ଏବଂ ୮୫ ଲକ୍ଷ ୯୯ ହଜାର ୯୮୧ ଜଣ ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି । ସେହିଭଳି ୫୧,୦୪,୩୯୮ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାର ଦ୍ବିତୀୟ ଡୋଜ୍ ଦିଆସରିଛି ଏବଂ ୩୩, ୯୮, ୫୭୦ ଜଣ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦ୍ବିତୀୟ ପର୍ଯ୍ୟାୟ ଟିକା ଦିଆସାରିଛି ।
ଦେଶରେ କରୋନା ଭାଇରସର ଦ୍ବିତୀୟ ଲହର ଜାରି ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ଦେଶର ୧୦ଟି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସେଥିମଧ୍ୟରୁ ୩ଟି ରାଜ୍ୟରେ ସଂକ୍ରମଣ ବ୍ୟାପକ ରୂପ ଧାରଣ କରିଛି । ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବରେ କରୋନା ସଂକ୍ରମଣ ଚିନ୍ତାଜନକ ରହିଛି । ଦେଶର ମୋଟ ସଂକ୍ରମିତଙ୍କ ମଧ୍ୟରୁ ୭୩.୬୪ ପ୍ରତିଶତ ଆକ୍ରାନ୍ତ ଏହି ୩ଟି ରାଜ୍ୟରେ ରହିଛନ୍ତି ।











