ଉତ୍ତରାଖଣ୍ଡରେ ବର୍ଷାର ବିତ୍ପାତ ; ମୃତ୍ୟୁ ସଂଖ୍ୟା ୬୨ କୁ ବୃଦ୍ଧି

ଡ଼େରାଡ଼ୁନ୍, (ଓଡିଶା ଟାଇମ୍):  ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ସହ ବର୍ଷାର ବିତ୍ପାତରେ ମୃତ୍ୟୁ ସଂଖ୍ୟା ୬୨ କୁ ବୃଦ୍ଧି ପାଇଛି। ଗୁରୁବାର ଦିନ ବାଗେଶ୍ୱର ଜିଲ୍ଲାର ସୁନ୍ଦରଧୁଙ୍ଗା ଉପତ୍ୟକାରେ ୪ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି।
ସୂଚନା ଅନୁଯାୟୀ, ବାଗେଶ୍ୱର ଜିଲ୍ଲାର ପିନ୍ଦରୀ, ସୁନ୍ଦରଧୁଙ୍ଗା ଏବଂ କାଫ୍ନି ଗ୍ଲାସିଅର୍ ଅଞ୍ଚଳରେ ୫୪ ଜଣ ଲୋକ ଫସି ରହିଛନ୍ତି। ଏଥିସହିତ ସୁନ୍ଦରଡୁଙ୍ଗା ଉପତ୍ୟକାର ମାକଟୋଲି, ଭାନୋଟି ଗ୍ଲାସିଅର୍ ଚାରିପାଖେ ଯାତ୍ରା କରିବାକୁ ଯାଇଥିବା ଚାରିଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି ଏବଂ ଦୁଇଜଣ ପର୍ଯ୍ୟଟକ ନିଖୋଜ ଅଛନ୍ତି। ୨୦ ଗ୍ରାମବାସୀ ମଧ୍ୟ କଫ୍ନି ଗ୍ଲାସିଅର୍ ରେ ଫସି ରହିଛନ୍ତି । ଜିଲ୍ଲା ସୂଚନା ଅଧିକାରୀଙ୍କ କାର୍ୟ୍ୟାଳୟ ମଧ୍ୟ ଏହା ନିଶ୍ଚିତ କରିଛି।

Leave a Reply

Your email address will not be published. Required fields are marked *