ଉତ୍ତରାଖଣ୍ଡ କ୍ୟାବିନେଟ୍ ମନ୍ତ୍ରୀ କରୋନା ସଂକ୍ରମିତ, ପୁଅ-ବୋହୂଙ୍କ ସମେତ ୨୨ କର୍ମଚାରୀ ମଧ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ
ଡେରାଡୁନ,(ଓଡିଶା ଟାଇମ୍) : କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଛି । ଧନୀ, ଗରିବର ଭେଦଭାବ ବିନା ସମସ୍ତଙ୍କୁ ଆକ୍ରମଣ କରୁଛି କରୋନା ଭାଇରସ୍ । କରୋନାରୁ ନିଜକୁ ଦୂରେଇ ରଖିବା ପାଇଁ ସାମାଜିକ ଦୂରତା ଏବଂ ମୁହଁରେ ମାସ୍କ ପିନ୍ଧିବା ଏକ ପ୍ରକାର ବାଧ୍ୟତାମୂଳକ । ଯଦି ନିଜର କେହି ନିକଟ ସମ୍ପର୍କୀୟ ପଜିଟିଭ୍ ବାହାରନ୍ତି ତେବେ କ୍ୱାରେଣ୍ଟାଇନ୍ ରହିବାକୁ ବାଧ୍ୟ । ଯାହା ଏବେ ଉତ୍ତରାଖଣ୍ଡ ପର୍ୟ୍ୟଟନ ମନ୍ତ୍ରୀଙ୍କ କ୍ଷେତ୍ରରେ ଦେଖବାକୁ ମିଳିଛି । ଶନିବାର ରାଜ୍ୟର କ୍ୟାବିନେଟ୍ ମନ୍ତ୍ରୀ ସତପାଲ ମହାରାଜ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ତାଙ୍କ ପୁଅ, ବୋହୂ ସମେତ ୨୨ଜଣ କର୍ମଚାରୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ରିପୋର୍ଟ ସାମ୍ନାକୁ ଆସିବା ପରେ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । କାରଣ ଶୁକ୍ରବାର ସଚିବାଳୟରେ ଆୟୋଜିତ କ୍ୟାବିନେଟ୍ ବୈଠକରେ ସତପାଲ୍ ଯୋଗ ଦେଇଥିଲେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ୱତ ମଧ୍ୟ ସାମିଲ ଥିଲେ । ଏହାପରେ ସତପାଲ ପର୍ୟ୍ୟଟନନ ବିଭାଗର ଏକ ବୈଠକରେ ମଧ୍ୟ ଅକ୍ଷ୍ୟକ୍ଷତା କରିଥିଲେ ।
ସତପାଲ୍ କରୋନା ସଂକ୍ରମିତ ହେବା ପରେ ଏବେ ତାଙ୍କ କ୍ୟାବିନେଟ୍ ସହଯୋଗୀଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍ କରାଯାଇପାରେ । ପ୍ରୋଟୋକଲ ଅନୁସାରେ ଏପରି କରାଯିବ । ଏପରିକି ସମସ୍ତ ମନ୍ତ୍ରୀ ଓ ଅଫିସରଙ୍କ ରକ୍ତ ନମୂନା ମଧ୍ୟ ଟେଷ୍ଟ୍ ପାଇଁ ପଠାଯିବ ।