ଶେଷରେ ମାନିଲେ ପୁଟିନ, ଯୁଦ୍ଧରେ ମରିଛନ୍ତି ୪୯୮ ଋଷ ସୈନ୍ୟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଉଭୟ ଦେଶର ଶହଶହ ଯବାନ ପ୍ରାଣ ହରାଇଛନ୍ତି । ପୂର୍ବରୁ କିଛି କ୍ଷୟକ୍ଷତି ହୋଇନଥିବା ଋଷ ଏବେ ନିଜର ସୈନ୍ୟଙ୍କୁ ନେଇ ବଡ ପ୍ରତିକ୍ରିୟା ଦେଇଛି । କେତେ ଋଷ ସୈନ୍ୟ ନିହତ ହୋଇଛନ୍ତି ସେନେଇ ଭ୍ଲାଦିମିର ପୁଟିନଙ୍କ ଅଧିକାରୀ ସୂଚନା ଦେଇଛନ୍ତି ।

କ୍ରେମଲିନର କହିବାନୁସାରେ, ଏବେସୁଦ୍ଧା ୪୯୮ ସୈନ୍ୟ ପ୍ରାଣ ହରାଇଛନ୍ତି । ୧୬୦୦ରୁ ଅଧିକ ଆହତ ହୋଇଛନ୍ତି । ସେପଟେ ଇଂରାଜୀ ଓ୍ୱେବସାଇଟ୍ ଆରଟି ଅନୁସାରେ, ଋଷ କହିଛି ୟୁକ୍ରେନର ପ୍ରାୟ ୨୮୭୦ ଋଷ ଅର୍ଦ୍ଧସୈନିକ ଯବାନ  ଟଳିଛନ୍ତି ।  ୩୭୦୦ ଜଣ ଗୁରୁତର ହୋଇଛନ୍ତି । ସେମାନେ ୟୁକ୍ରେନର ୫୭୨ ସୈନ୍ୟଙ୍କୁ ବନ୍ଧକ ରଖିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ସୋମବାର ୟୁକ୍ରେନ ରାଷ୍ଟ୍ରପତି ବୋଲୋଡିମିର୍ ଜେଲେନସ୍କି ଦାବି କରିଥିଲେ ଯେ, ସେମାନେ ଋଷର ୪୫୦୦ ସୈନ୍ୟଙ୍କୁ ନିପାତ କରିଛନ୍ତି । ସେହିପରି ୟୁକ୍ରେନର ୧୦୨ ସାଧାରଣ ନାଗରିକ ପ୍ରାଣ ହରାଇଥିବା ସଂଯୁକ୍ତ ରାଷ୍ଟ୍ର କହିଥିଲା । ଏଥିରେ ଶିଶୁ ଓ ମହିଳା ବି ରହିଥିଲେ । ବାସ୍ତବିକ ସଂଖ୍ୟା ଅଧିକ ହୋଇପାରେ ବୋଲି ୟୁଏନ କହିଥିଲା ।

Leave a Reply

Your email address will not be published.